ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ୩ ମହଲା ବିଶିଷ୍ଟ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ। ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି। ଅନୁସନ୍ଧାନ ପରେ ମୃତ୍ୟୁର କାରଣ ଜଣା ପଡିବ, କିନ୍ତୁ ଶ୍ୱାସରୁଦ୍ଦ ହେତୁ ମୃତ୍ୟୁ ହେଇଥିବାର ସମ୍ଭାବନା ଅଧିକ ବୋଲି କହିଛନ୍ତି ପୋଲିସ ଅଧିକାରୀ।
ଅଧିକ ପଢନ୍ତୁ ଜାତୀୟ ଖବର
ପୋଲିସ୍ ସୂଚନାନୁଯାୟୀ, ୧୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ମଧ୍ୟରେ ୪ ଜଣ ବାଳିକା ଏବଂ ୨ ଜଣ ବାଳକ ଥିବା ସୂଚନା। ରାତି ପ୍ରାୟ ୭.୩୦ ସମୟରେ ନିଆଁ ଲାଗିଯାଇଥିଲା। ଏହା ପରେ ୧୪ ଟି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା କୁହାଯାଉଛି।