ଅର୍ଗସ ବ୍ୟୁରୋ:ଜାମ୍ମୁ କାଶ୍ମୀର ଗନ୍ଦେରବାଲ ଆତଙ୍କୀଙ୍କ ଗୁଳିରେ ଜଣେ ଡାକ୍ତରଙ୍କ ସହ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୋନାମାର୍ଗ ଅଞ୍ଚଳରେ ଏକ ଟନ୍ନେଲ କାର୍ଯ୍ୟ ଚାଲି ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। କାଶ୍ମୀର ଆଇଜି ପୁଲିସ ଭି.କେ ବିର୍ଦିଙ୍କ ସମେତ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ରହିଛି। ମେଡ଼ିକାଲ ମଧ୍ୟ ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ସ୍ତରରେ ପ୍ରସ୍ତୁତି ବୈଠକ ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନିଜେ ବାତ୍ୟା ପାଇଁ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ସମେତ ବିଭିନ୍ନ ବିଭାଗର ସମୀକ୍ଷା କରିବେ। ସମ୍ଭାବ୍ୟ ବାତ୍ୟା ପାଇଁ ସ୍ଵାସ୍ଥ୍ୟ ବିଭାଗ ମଧ୍ଯ ବାତ୍ୟା ପାଇଁ ପ୍ରସ୍ତୁତ ରହିଛି।
ଅଧିକ ପଢନ୍ତୁ : ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ହୋଇପାରେ ଲ୍ୟାଣ୍ଡଫଲ୍
ବୁଧବାର ବାତ୍ୟା। ଆସିଲା ବାତ୍ୟା ଦାନାର ଗତିପଥ। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୦୦ରୁ ୧୧୦ କିଲୋମିଟର ଯାଏଁ ରହିବ ପବନର ବେଗ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ଓ ଆଉ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, 24 ଓ 25 ତାରିଖ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ଖବର ଏବେ ଇନଷ୍ଟାରେ ବେଶ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ହେଉଛନ୍ତି ଭିଗାନ ମାନେ ବିରାଟ ନିରାମିଷ ଖାଦ୍ୟ ଖାଇଥାନ୍ତି। କିନ୍ତୁ କାହିଁକି ଆପଣ ଜାଣିଛନ୍ତି କି? ଚାଲନ୍ତୁ ଜାଣିବା। ପୂର୍ବରୁ କୋହଲି ଆମିଷ ଖାଉ ଥିଲେ। ୨୦୨୦ରେ ଏକ ଲାଇଭ୍ ସେସନ୍ ସମୟରେ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ ବିରାଟ କୋହଲିଙ୍କୁ କହିଥିଲେ ଯେ ଆପଣ ନନ୍ ଭେଜ୍ ଖାଉଥିଲେ। ତା’ପରେ ଏମିତି କ’ଣ ହେଲା ଯେ, ହଠାତ୍ ନିରାମିଷ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।
୨୦୨୦ରେ ଏକ ଇନଷ୍ଟାଗ୍ରାମ ଲାଇଭ୍ ସମୟରେ ବିରାଟ କୋହଲି କ୍ରିକେଟର କେଭିନ୍ ପିଟରସନଙ୍କୁ କହିଥିଲେ ଯେ ପ୍ରଶଂସକମାନେ ମୋର ନିରାମିଷ ହେବା ପଛରେ ଭିନ୍ନ ଭିନ୍ନ କାରଣ ଭାବନ୍ତି। କିନ୍ତୁ ବାସ୍ତବରେ, ଶାରୀରିକ ସମସ୍ୟା କାରଣରୁ ମୋତେ ଭିଗାନ ହେବାକୁ ପଡିଥିଲା । ମୋର ମେରୁଦଣ୍ଡରେ ସମସ୍ୟା ଦେଖାଦେଇଥିଲା।
ବିରାଟ କହିଛନ୍ତି ଯେ ସେ ୨୦୧୮ରେ ଇଂଲଣ୍ଡ ଗସ୍ତରେ ଥିବାବେଳେ ନିରାମିଷ ହେବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଏହା ପୂର୍ବରୁ ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ସର୍ଭିକାଲ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥିଲା । ଯେଉଁଥିପାଇଁ ପ୍ରବଳ ଯନ୍ତ୍ରଣା ହେଉଥିଲା। ମେରୁଦଣ୍ଡର ହାଡ଼ ଯୋଗୁଁ ବିରାଟଙ୍କ ବେକରୁ ଡାହାଣ ହାତର ଛୋଟ ଆଙ୍ଗୁଠିକୁ ଯାଉଥିବା ଏକ ଶିରା ପ୍ରେସ ହୋଇଯିବାରୁ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା। ଏହି ଯନ୍ତ୍ରଣା ଓ ଅସୁବିଧା କାରଣରୁ ସେ ରାତିରେ ଶୋଇ ପାରିନଥିଲେ।
ଯେତେବେଳେ ବିରାଟ କୋହଲି ପରୀକ୍ଷା କରାଇଲେ, ତାଙ୍କ ପେଟ ଆସିଡିକ ହୋଇଯାଇଥିଲା। ଏବଂ ଅଧିକ ୟୁରିକ୍ ଏସିଡ୍ ଉତ୍ପାଦନ କରୁଥିଲା। ପେଟ ହାଡ଼ରୁ କ୍ୟାଲସିୟମ୍ ଛଡ଼ାଇ ନେଉଥିଲା ଏବଂ ଏହା ସର୍ଭିକାଲ ମେରୁଦଣ୍ଡ ସମସ୍ୟା ସୃଷ୍ଟି କରିଥିଲା। କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଖାଇବା ପରେ ମଧ୍ୟ ତାଙ୍କ ହାଡ଼ ଦୁର୍ବଳ ରହିଥିଲା। ତା’ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଇଂଲଣ୍ଡ ଗସ୍ତ ସମୟରେ ନିରାମିଷ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ମାଂସ ଛାଡିବା ପରେ ତାଙ୍କ ଶରୀରକୁ ବହୁତ ଆରାମ ମିଳିଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର