କିଛି ମତ୍ସ୍ୟ ଜିବି ନିଜ ନିଜର ଡଙ୍ଗାକୁ କୂଳକୁ ନେଇ ଆସିଥିବା ଦେଖିବାକୁ ମିଳିଛି। ଡ଼ଙ୍ଗାକୁ କିଭଳି ସୁରକ୍ଷିତ ସ୍ଥାନରେ ରଖା ଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ସେପଟେ ସମୁଦ୍ର କୁଳିଆଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରୁଛି ପ୍ରଶାସନ l
ଅଧିକ ପଢନ୍ତୁ ଓଡିଶା ଖବର
ବାଲାଶ୍ୱର: ବାତ୍ୟା ଦାନା ପାଇଁ ପ୍ରସ୍ତୁତି । ସମୁଦ୍ର ବେଳାଭୂମିରେ ସତର୍କଘଣ୍ଟି । ବାଲେଶ୍ବର ଜିଲ୍ଲା ଭୋଗରାଇ ର ତାଳସାରି, ଉଦୟ ପୁର, କିର୍ତ୍ତନୀୟା,ରଣସଂପୁର ,ବେଳାଭୂମିରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟ ଜିବି ମାନଙ୍କୁ ସତର୍କ କରାଯାଉଛି ।
କିଛି ମତ୍ସ୍ୟ ଜିବି ନିଜ ନିଜର ଡଙ୍ଗାକୁ କୂଳକୁ ନେଇ ଆସିଥିବା ଦେଖିବାକୁ ମିଳିଛି। ଡ଼ଙ୍ଗାକୁ କିଭଳି ସୁରକ୍ଷିତ ସ୍ଥାନରେ ରଖା ଯିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ସେପଟେ ସମୁଦ୍ର କୁଳିଆଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରୁଛି ପ୍ରଶାସନ l
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଆମଲା ପ୍ରଚୁର ପରିମାଣରେ ଉପଲବ୍ଧ । ଆମଲା ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଏହା ହେଉଛି ଭିଟାମିନ୍ ସି ର ମୁଖ୍ୟ ଉତ୍ସ । ଆମଲାର ସ୍ବାଦ ଖଟା ଏବଂ ଜଡିତ । ଏହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ହୁଏ । ଚଟଣି ତିଆରି କରିବାରେ ଆମଲା ବହୁଳ ଭାବରେ ବ୍ୟବହୃତ ହୁଏ । ଲୋକମାନେ ଏହାକୁ ଲୁଣ ସହିତ କଞ୍ଚା ଖାଆନ୍ତି । ଏହା ବ୍ୟତୀତ ଆମଲା ରସ ପିଇବା ମଧ୍ୟ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆମଲା ରସ ପିଇବାର ଉପକାରିତା ବିଷୟରେ ଜାଣିବା ।
ଆମଲାରେ ପୁଷ୍ଟିକର ଖାଦ୍ୟ
ଆମଲାରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନ୍ ଥାଏ । ଏଥିରେ ଭିଟାମିନ୍ ସି ଭରପୂର ଅଟେ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ସହିତ ଆପଣ ଅନେକ ସଂକ୍ରମଣ ଏବଂ ରୋଗରୁ ସୁରକ୍ଷିତ ରହିପାରିବେ ।
ଆମଲାରେ ପୋଷକ ତତ୍ତ୍ୱ
ଆମଲାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ । ଏଥିରେ ସର୍ବାଧିକ ପରିମାଣର ଭିଟାମିନ୍ ସି ଥାଏ । ଏଥିରେ ଆଇରନ୍, ଫାଇବର, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ଫସଫରସ୍, ଓମେଗା 3, ଭିଟାମିନ୍ ବି କମ୍ପ୍ଲେକ୍ସ ଇତ୍ୟାଦି ଥାଏ ।
ଆମଲା ରସ ପିଇବାର ଉପକାର
ଆମଲା ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ କାରଣ ଏଥିରେ ଭିଟାମିନ୍ ସି ଭରପୂର ଅଟେ । ଏହା ଏକ ଜଳରେ ଦ୍ରବୀଭୂତ ଭିଟାମିନ୍ ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ । ଏକ ସମୀକ୍ଷା ଅନୁଯାୟୀ, ଆମଲାରେ ଭିଟାମିନ୍ ସି ବହୁତ କମ୍ ପରିମାଣରେ ଥାଏ । ଗୋଟିଏ ଗୋଲମରିଚରେ 600-700 ମିଗ୍ରା ଭିଟାମିନ୍ ସି ଥାଏ । ଭିଟାମିନ୍ ସି ରୋଗ ପ୍ରତିରୋଧକ କୋଷ କାର୍ଯ୍ୟକୁ ବଢାଇଥାଏ । ଅକ୍ସିଡେଟିଭ୍ ଚାପରୁ କୋଷଗୁଡ଼ିକୁ ସୁରକ୍ଷା ଯୋଗାଇଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଅର୍ଗସ ବ୍ୟୁରୋ: ବାତ୍ୟା ପାଇଁ ଆଲର୍ଟ ମୋଡକୁ ଆସିଲା ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି, ଯେଉଁଠାରୁ ବାତ୍ୟାର ଗତିପଥ ଉପରେ ତୀକ୍ଷଣ ନଜର ରଖାଯାଉଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପ୍ରସ୍ତୁତି ଉପରେ ନଜର ରଖାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ।
କେଉଁ ଜିଲ୍ଲାକୁ କେତେ NDRF, ଓଡ୍ରାଫ ଟିମ ଯିବେ ସେ ନେଇ ଚାଲିଛି ଯୋଜନା । ଉପକୂଳ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତିରେ ଅଧିକ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ହେବେ। ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବେ NDRF, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍। ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ। ମଧ୍ୟାହ୍ନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ବୈଠକ କରିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି । ବାତ୍ୟା ନେଇ ଲୋକେ ଭୟଭୀତ ନହେବାକୁ ପରାମର୍ଶ । ପରିବା ବ୍ୟବସାୟୀ ମହାସଂଘର ସୂଚନା, ଅନ୍ୟ ରାଜ୍ୟରୁ ପରିବା ଆସିବାରେ ହେବନାହିଁ କୌଣସି ଅସୁବିଧା ।
ଅଧିକ ପଢନ୍ତୁ : " ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି" :- ମୁକେଶ ମହାଲିଙ୍ଗ
ସେପଟେ କଟକ ଛତ୍ରବଜ଼ାର ଅର୍ବାନ ହାଟରେ ନାହିଁ ନଥିବା ଭିଡ଼ । ଆଳୁ ଓ ପରିବା ଦର ଆକାଶ ଛୁଆଁ ।