ଅର୍ଗସ ବ୍ୟୁରୋ:ମା ଆଖିରେ ଲୁହ,ଏ ଲୁହ ଦୁଃଖର ନୁହେଁ,ଏ ଲୁହ ଖୁସିର,ଏ ଲୁହ ମେହନତି ମଣିଷର ସଫଳତାର,କାଲି ଲୁହ ଆଜି କିନ୍ତୁ ପରିବାର ବେଶ ଖୁସି,ବାପାଙ୍କ ପାନ ଭଙ୍ଗାରେ ବିରାଟ ଲାଗିବ,ସେ ବି ଆଉ କେତେ ଖଟିଥାନ୍ତେ,ଏବେ ଟିକିଏ ଶାନ୍ତିରେ ନିଶ୍ବାସ ମାରିବେ। ମା ଆଉ କରଜ କରିବନିପୁଅ ପାଠପଢା ପାଇଁ,ଭାଇ କାନ୍ଧବି ମଜଭୁତ ହୋଇଯାଇଛି,କାହିଁକି ନା, ତାଙ୍କ ପୁଅ ବଡ଼ ଅଫିସର ହେବ ଲୋକଙ୍କ ଦୁଃଖ ବୁଝିବ। ବାପା ପାନ ଦୋକାନୀ ପୁଅ କିନ୍ତୁ ସିଭିଲ୍ ସର୍ଭାଣ୍ଟ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ର ଫଳ ପ୍ରକାଶ ପାଇଛି,ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗାଁର ରବୀନ୍ଦ୍ର ଦାସଙ୍କ ସାନପୁଅ ନିଉଟନ ଦାସ ଏଥର ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାରେ ୪୧୫ ନମ୍ବର ରାଙ୍କ ପାଇ କୃତକାର୍ଯ୍ୟ ହୋଇଛନ୍ତି। ଏନେଇ ବେଶ ଖୁସି ବ୍ୟାକ୍ତ କରିଛନ୍ତି ପରିବାର ଲୋକେ। ନିଉଟନ ବନ୍ଧଟିଆର ଉତ୍କଳମଣି ବିଦ୍ୟାପୀଠରୁ ୨୦୧୦ ମସିହାରେ ଦଶମ ପାସ୍ କରିଥିଲେ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରୁ କଂପ୍ୟୁଟର ସାଇନସରେ ସ୍ନାତକ କରିଥିଲେ। ଆଉ ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି,ଅଭାବ ଅନେକ ଥର ତାଙ୍କ ବାଟଓଗାଳିଛି କିନ୍ତୁ ସେ ଖାତିର ନକରି ଆଗକୁ ମାଡି ଚାଲିଛନ୍ତି,ଅନେକ ଥର ଝୁଣ୍ଟିଛନ୍ତି କିନ୍ତୁ ପଛକୁ ଫେରି ଚାହିଁ ନାହାନ୍ତି ଆଉ ତାଙ୍କ ସଫଳତା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ। ସେଇଥିପାଇଁ ତ କୁହାଯାଏ ସଙ୍ଘର୍ଷର ଅନ୍ୟ ନାଁ ସଫଳତା।
ଅର୍ଗସ ବ୍ୟୁରୋ: ଗାଁକୁ ନାହିଁ ରାସ୍ତା। ଜଙ୍ଗଲ ମଧ୍ୟରେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି ଅଞ୍ଚଳବାସୀ। ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଯିବାପାଇଁ ଜଙ୍ଗଲ ରାସ୍ତାହିଁ ଏକ ମାତ୍ର ସାହା ଭରସା। କୋରାପୁଟ କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ବୁରିଭଟା ଠାରୁ ବାରବନ୍ଧା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନିୟ। ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ଫଳ ଶୂନ। ପୂର୍ବ ବିଜେଡି ସରକାର ଗାଁ ର ବିକାଶ ଓ ଶିକ୍ଷାର ମାନ ଦଣ୍ଡ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରି ବିକାଶର ସ୍ବପ୍ନ ଦେଖାଥିଲେ କିନ୍ତୁ ଏ ହେଉଛି ଅସଲ ବିକାଶର ଚିତ୍ର।
ରାସ୍ତାଟି କୁନ୍ଦୁରା ବ୍ଲକକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଯୋଗୁଁ ଗ୍ରାମବାସିଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସି। ଗାଁରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ନ ଥିବା ଯୋଗୁଁ ଜଙ୍ଗଲ ରାସ୍ତା ଓ ଗୋଡି ମାଟି ରାସ୍ତା ଅତିକ୍ରମ କରି ବୁରିଭୋଟା ଗ୍ରାମର 30 ରୁ ଉର୍ଦ୍ଧ ପିଲାମାନେ ପ୍ରତି ଦିନ ବାରଵନ୍ଧା ଅଙ୍ଗନବାଡ଼ି ଓ ବିଦ୍ୟାଳୟକୁ ଯାଆନ୍ତି। ରାସ୍ତାର ଅବସ୍ଥା ଅତିଶୋଚନିୟ ଥିବା ସହ ଜଙ୍ଗଲ ରାସ୍ତା ଦେଇ ଯିବା ସମୟରେ ଜଙ୍ଗଲିଜନ୍ତୁଙ୍କ ଭୟ ଘାରିଥାଏ। ତେବେ ବର୍ଷା ଦିନ ହେଲେ ବିଦ୍ୟାଳୟ ଯିବା ସମ୍ଭବ ହୁଏ ନାହିଁ। ପୂର୍ବତନ ବିଜେଡି ଶାସନ ସମୟରେ ଦୁର୍ଦଶା ଭଗୁଥିଲେ ଗ୍ରାମବାସି, କିନ୍ତୁ ରାଜ୍ୟରେ ବର୍ତମାନ ନୁଆଁ ସରକାର ଆସିଛି ଓ ଗ୍ରାମବାସି ମାନେ ଆଶା ରଖିଛନ୍ତି ନୁଆଁ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଆମଲା ପ୍ରଚୁର ପରିମାଣରେ ଉପଲବ୍ଧ । ଆମଲା ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଏହା ହେଉଛି ଭିଟାମିନ୍ ସି ର ମୁଖ୍ୟ ଉତ୍ସ । ଆମଲାର ସ୍ବାଦ ଖଟା ଏବଂ ଜଡିତ । ଏହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶକ୍ତିଶାଳୀ ହୁଏ । ଚଟଣି ତିଆରି କରିବାରେ ଆମଲା ବହୁଳ ଭାବରେ ବ୍ୟବହୃତ ହୁଏ । ଲୋକମାନେ ଏହାକୁ ଲୁଣ ସହିତ କଞ୍ଚା ଖାଆନ୍ତି । ଏହା ବ୍ୟତୀତ ଆମଲା ରସ ପିଇବା ମଧ୍ୟ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆମଲା ରସ ପିଇବାର ଉପକାରିତା ବିଷୟରେ ଜାଣିବା ।
ଆମଲାରେ ପୁଷ୍ଟିକର ଖାଦ୍ୟ
ଆମଲାରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନ୍ ଥାଏ । ଏଥିରେ ଭିଟାମିନ୍ ସି ଭରପୂର ଅଟେ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ସହିତ ଆପଣ ଅନେକ ସଂକ୍ରମଣ ଏବଂ ରୋଗରୁ ସୁରକ୍ଷିତ ରହିପାରିବେ ।
ଆମଲାରେ ପୋଷକ ତତ୍ତ୍ୱ
ଆମଲାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ । ଏଥିରେ ସର୍ବାଧିକ ପରିମାଣର ଭିଟାମିନ୍ ସି ଥାଏ । ଏଥିରେ ଆଇରନ୍, ଫାଇବର, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ଫସଫରସ୍, ଓମେଗା 3, ଭିଟାମିନ୍ ବି କମ୍ପ୍ଲେକ୍ସ ଇତ୍ୟାଦି ଥାଏ ।
ଆମଲା ରସ ପିଇବାର ଉପକାର
ଆମଲା ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ କାରଣ ଏଥିରେ ଭିଟାମିନ୍ ସି ଭରପୂର ଅଟେ । ଏହା ଏକ ଜଳରେ ଦ୍ରବୀଭୂତ ଭିଟାମିନ୍ ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ । ଏକ ସମୀକ୍ଷା ଅନୁଯାୟୀ, ଆମଲାରେ ଭିଟାମିନ୍ ସି ବହୁତ କମ୍ ପରିମାଣରେ ଥାଏ । ଗୋଟିଏ ଗୋଲମରିଚରେ 600-700 ମିଗ୍ରା ଭିଟାମିନ୍ ସି ଥାଏ । ଭିଟାମିନ୍ ସି ରୋଗ ପ୍ରତିରୋଧକ କୋଷ କାର୍ଯ୍ୟକୁ ବଢାଇଥାଏ । ଅକ୍ସିଡେଟିଭ୍ ଚାପରୁ କୋଷଗୁଡ଼ିକୁ ସୁରକ୍ଷା ଯୋଗାଇଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଅର୍ଗସ ବ୍ୟୁରୋ: ବାତ୍ୟା ପାଇଁ ଆଲର୍ଟ ମୋଡକୁ ଆସିଲା ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି, ଯେଉଁଠାରୁ ବାତ୍ୟାର ଗତିପଥ ଉପରେ ତୀକ୍ଷଣ ନଜର ରଖାଯାଉଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପ୍ରସ୍ତୁତି ଉପରେ ନଜର ରଖାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏସ୍ ଅଧିକାରୀ।
କେଉଁ ଜିଲ୍ଲାକୁ କେତେ NDRF, ଓଡ୍ରାଫ ଟିମ ଯିବେ ସେ ନେଇ ଚାଲିଛି ଯୋଜନା । ଉପକୂଳ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତିରେ ଅଧିକ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ ହେବେ। ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବେ NDRF, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍। ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ। ମଧ୍ୟାହ୍ନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ବୈଠକ କରିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: