ଏପରି ଜନ ସାଧାରଣଙ୍କୁ ସମସ୍ତ ପ୍ରକାର ଆର୍ଥିକ ଏବଂ ମାନସିକ ସାହାଯ୍ୟ କରିବ ପାଇଁ ଆଗକୁ ଆସିଛନ୍ତି ଓଡ଼ିଆ ଝିଅ ସୋନାଲ ରଥ । ମାତ୍ର ୨୦ ବର୍ଷ ବୟସରେ ସେ ନିଜର ଏହି ଉଦ୍ୟମକୁ ସାକାର କରିବା ପାଇଁ ଅନେକ ଯୋଜନା ବି କରିଛନ୍ତି। ଏଥିପାଇଁ ସେ ବିଶ୍ୱର ଅନେକ ପ୍ରମୁଖ ନେତା, ଶିଳ୍ପପତି ଏବଂ ସମାଜସେବୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।
କୋଭିଡରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମାଜର ସ୍ଵଛଲ ବର୍ଗର ଲୋକଙ୍କୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।
ପ୍ରଥମ ପଦକ୍ଷେପ ସ୍ୱରୂପ ସେ ରଣାନୀତିକ ସମର୍ଥନ ମାଧ୍ୟମରେ ଆମେରିକା, ବ୍ରିଟେନ, ପ୍ରାନ୍ସ ପ୍ରମୁଖ ଦେଶର ଅନେକ ନେତୃବୁନ୍ଦ ଙ୍କ ସହିତ ଆଲୋଚନା କରିଛନ୍ତି।
ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ଅର୍ଥନୀତି ବିଭାଗର final year ପଢ଼ୁଥିବା ସୋନାଲ ଏଥିପାଇଁ ନିଜର ଏକ ଟିମ ଗଠନ କରିଛନ୍ତି। ଯେଉଁ ଥିରେ ସେ ନିଜର ସାଙ୍ଗ ମାନଙ୍କୁ ସାମିଲ କରିଛନ୍ତି। ନିଜେ କୌଣସି ଅର୍ଥ ଆଦାୟ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସମାଜର ଭଲ କାର୍ଯ୍ୟ କରୁଥିବା ଲୋକଙ୍କ ଏବଂ ସେମାନଙ୍କ ସଂସ୍ଥାଙ୍କୁ ଆବଶ୍ୟକ ପଡ଼ିଲେ ସରକାରଙ୍କୁ ସେ ଏହି ଅର୍ଥ ପ୍ରଦାନ କରିବାକୁ କହିବେ।
ସେ ନିଜର ଏହି ଉଦ୍ୟମ କୁ ବିଶ୍ୱ ସ୍ତରୀୟ କରିବାକୁ ଇଛା କରିଛନ୍ତି। ସେଥିପାଇଁ ସେ ଅନେକ webinar , seminar , leader sumit , ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।
ଉଗଣ୍ଡା ର out cast forumର କାର୍ଯ୍ୟରୁ ସେ ଏହି କାର୍ଯ୍ୟ କରିବାକୁ ଆଗଭର ହୋଇଥିବା କହିଛନ୍ତି। ଓଡିଶାର ଝିଅ ହୋଇଥିବାରୁ ନିଜ ରାଜ୍ୟ ପ୍ରତି ମଧ୍ୟ ମୋର ନିଶ୍ଚୟ କିଛି କରିବାର ପ୍ରାଥମିକତା ରହିଛି ବୋଲି ସେ କହିଛନ୍ତି। ସେହିପରି ତାଙ୍କ ବାପା ମା ମଧ୍ୟ ତାଙ୍କର ଏହି କାର୍ଯ୍ୟରେ ଖୁସି ଥିବା ନିଜର ପ୍ରତିକ୍ରୟା ରେ କହିଛନ୍ତି।