ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଅମିତ୍ ଶାହ, ସରେଣ୍ଡର କର, ନହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । ମାଓ ମୁକାବିଲା ବୈଠକରେ ଯୋଗ ଦେଇ ଓଡ଼ିଶା ପାଇଁ 12 କମ୍ପାନୀ ସିଏପିଏଫ୍ ଓ ହେଲିକପ୍ଟର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ସ୍ବତନ୍ତ୍ର ଟାସ୍କ ଦେଇଛନ୍ତି ଗୃହମନ୍ତ୍ରୀ। ମାଓ ପ୍ରଭାବିତ ଜିଲ୍ଲାରେ ମାସରେ ଗୋଟିଏ ଦିନ ରାତ୍ରିଯାପନ କରିବା ସହ ନିୟମିତ ସମୀକ୍ଷା କରିବେ । ଓଡ଼ିଶା ସରକାର ମାଓ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ 40ଟି ଲୋକାଭିମୁଖୀ ଯୋଜନାକୁ ମିଶାଇ `ଗ୍ରାମୋଦୟ’ ନାଁରେ ଯୋଜନା କାର୍ଯ୍ୟକାରୀ କରିବେ ।
ଗୋଟିଏ ସମୟରେ ଦେଶର ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ସମସ୍ୟା ଥିଲା ନକ୍ସଲ ବାଦ। ଏ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କିନ୍ତୁ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ନକ୍ସଲ ବିରୋଧୀ ଲଢ଼େଇ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନେତୃତ୍ବରେ ଯୋଜନାବଦ୍ଧ ଓ ସୁଚିନ୍ତିତ ରଣନୀତି ଯୋଗୁଁ ଦେଶରେ ବାମପନ୍ଥୀ ଉଗ୍ରବାଦ ଅନ୍ତିମ ଚରଣରେ ପହଞ୍ଚିଛି । ଗତ ଅଗଷ୍ଟ ୨୪ ଓ ୨୫ ତାରିଖରେ ଛତିଶଗଡ଼ ଯାଇ ସେଠାରେ ମାଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିଲେ ଶାହ । ଜାନୁଆରୀରୁ ଏବେଯାଏ ମୋଟ ୧୯୪ ନକ୍ସଲ ନିପାତ କରାଗଲାଣି । ୮୦୧ ନକ୍ସଲ ଗିରଫ ହେଲେଣି ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି । ଗତ ଶୁକ୍ରବାର ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନରେ ନିପାତ ହୋଇଛନ୍ତି 31 ଜଣ ମାଓବାଦୀ । ୨୦୧୩ରେ ଦେଶର ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ପ୍ରଭାବିତ ଥିବାବେଳେ ୨୦୨୪ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । ସେଥିମଧ୍ୟରୁ ଛତିଶଗଡ଼ର ସର୍ବାଧିକ ୧୫ଟି ଏବଂ ଓଡ଼ିଶାର ୭ ଜିଲ୍ଲା ମାଓ ପ୍ରଭାବିତ ଜିଲ୍ଲା ତାଲିକାରେ ଅଛି।
ଅଧିକ ପଢ଼ନ୍ତୁ ଦେଶ ଖବର: