ମନମୋହନ ସାମଲଙ୍କୁ କୋରାଇ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା
ବ୍ରିଜ ତଳକୁ ଖସିଲା କାର, ଜୀବନ ହରାଇଲେ ୫ଓଡ଼ିଆ
ଆନ୍ଧ୍ରପ୍ରଦେଶ/ବ୍ରହ୍ମପୁର: ଭାରସାମ୍ୟ ହରାଇ ବ୍ରିଜ୍ର ତଳକୁ ଖସିଲା କାର । ଫଳରେ 5 ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଛି । ମୃତକମାନେ ସମସ୍ତେ ବ୍ରହ୍ମପୁରର ହୋଇଥିବା ଜଣାପଡିଛି । ଆଜି ସକାଳେ ୭ଟା ବେଳେ କାର ଭାରସାମ୍ୟ ହରାଇ କୋଟପାଲି ଗାଁ ନିକଟରେ ବ୍ରିଜ ତଳକୁ ଖସିପଡିଥିଲା ।
ଫଳରେ କାରରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ପଲସା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ଗତକାଲି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ୬ଜଣ ବ୍ୟକ୍ତି କାର୍ ଯୋଗେ ସୀମାଞ୍ଚଳମ୍ ଯାଇଥିଲେ। ।
Download Argus News App
