ଅଧିକ ପଢନ୍ତୁ : ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'
ମଧ୍ୟପ୍ରଦେଶର ମଣ୍ଡଳ ଭୀମଦୋଙ୍ଗ୍ରୀ ଗାଁରେ ଆଦିବାସୀ ସମାଜର ଲୋକେ ବାସ କରନ୍ତି । ଏହି ଗାଁରେ ବିବାହ ସମସ୍ତ ରୀତିନୀତିରେ ସରିବା ପରେ ବିଦାୟ ସମୟ ଆସିଲେ ଝିଅକୁ ଧଳା ରଙ୍ଗର ଶାଢି ପିନ୍ଧାଯାଏ । ଏହି ସମୟରେ ଅନ୍ୟମାନେ ବି ଧଳା ରଙ୍ଗର ପୋଷାକ ପିନ୍ଧନ୍ତି । ଏହା ପଛରେ ରହିଛି ବିଶେଷ କାରଣ । ଏହି ଗାଁର ଲୋକେ ଗୋଷ୍ଠୀ ଧର୍ମକୁ ଅନୁସରଣ କରନ୍ତି । ସେଥିପାଇଁ ଏମାନେ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ବୋଲି ବିବେଚନା କରନ୍ତି । ସେମାନଙ୍କ ମତରେ ଧଳା ରଙ୍ଗକୁ ସମସ୍ତ ଶୁଭକାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ଏକ ନୂଆ ଜୀବନ ନବଦମ୍ପତ୍ତି ଆରମ୍ଭ କରୁଥିବାରୁ କନିଆଁ ଧଳା ଲୁଗା ପିନ୍ଧିବା ଦରକାର ବୋଲି ସେମାନେ କୁହନ୍ତି । କେବଳ ସେତିକି ନୁହେଁ ବିବାହକୁ ନେଇ ସାମନଙ୍କ ସମ୍ପ୍ରଦାୟରେ ଆଉ ଏକ ନିୟମ ମଧ୍ୟ ରହିଛି । ବିବାହ ସମୟରେ ନବଦମ୍ପତ୍ତି ବୁଲୁଥିବା ୭ ଫେରାରୁ ୪ ଫେରା କନିଆଁ ଘର ବିବାହ ବେଦିରେ ବୁଲାଯିବା ବେଳେ ବାକି ୩ ଫେରା ପୁଅ ବା ବର ଘରେ ବୁଲାଯାଏ । ତେବେ ବିବାହ ସହ ଏହି ଗାଁ ରେ ମଦ ନିଷେଧ , ଟଙ୍କା ରୋଜଗାରକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଥିବା ଦେଖିବାକୁ ମିଳିଛି ।