ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ବାରଣାସୀରୁ ନିର୍ବାଚନ ଲଢିବେନି ପ୍ରିୟଙ୍କା, ଅଜୟ ରାୟଙ୍କୁ ମିଳିଲା ଟିକଟ୍

ନୂଆଦିଲ୍ଲୀ: ବାରଣାସୀ ଆସନରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ଲଢିବା ସସପେନ୍ସର ଅନ୍ତ ଘଟିଛି । ଏହି ଆସନରୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ନୁହେଁ, ଅଜୟ ରାୟ ଲଢିବେ ନିର୍ବାଚନ । ଆଜି ବାରଣାସୀ ଓ ଗୋରଖପୁର ଆସନ ପାଇଁ କଂଗ୍ରେସ ତାଲିକା ପ୍ରକାଶ ପାଇଛି । ଗୋରଖପୁର ଆସନରୁ ମଧୁସୂଦନ ତିୱାରୀଙ୍କୁ ଟିକେଟ୍ ଦିଆଯାଇଥିବା ବେଳେ ବାରଣାସୀରୁ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବେ ଅଜୟ ରାୟ ।

ଏହାପୂର୍ବରୁ ମଧୁସୂଦନ ତିୱାରୀ ଗୋରଖପୁର ଆସୋସିଏସନର ଅଧ୍ୟକ୍ଷ ଥିଲେ ।
Download Argus News App
