ଉତ୍ତର ପ୍ରଦେଶ କ୍ୟାଡର୍ର ୧୯୮୪-ବ୍ୟାଚ୍ ‘ଆଇଏଏସ୍’ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ପ୍ରତିରକ୍ଷା ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଏବଂ କେନ୍ଦ୍ର ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ ।
ଅନୁପ ଚନ୍ଦ୍ର ପାଣ୍ଡେ ଭାରତର ନିର୍ବାଚନ କମିସନର ଭାବେ ନିଯୁକ୍ତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ ଭାରତର ନିର୍ବାଚନ କମିସନର ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଭାରତର ନିର୍ବାଚନ କମିସନ୍ରେ ଥିବା ଅନ୍ୟ ଦୁଇଜଣ ନିର୍ବାଚନ କମିସନର୍ ସୁଶୀଳ ଚନ୍ଦ୍ରା ଏବଂ ରାଜୀବ କୁମାରଙ୍କ ସହ ଅନୁପ ଚନ୍ଦ୍ର ପାଣ୍ଡେ ମୁଖ୍ୟ ନିର୍ବାଚନ କମିସନର୍ ଭାବେ ଯୋଗ ଦେବେ ।
Download Argus News App
