ମୋଦି ରାଫେଲ ବିମାନକୁ ସ୍ଵାଗତ ଜଣାଇ ଲେଖିଛନ୍ତି ଯେ, ରାଷ୍ଟ୍ରରକ୍ଷାସମଂ ପୁଣ୍ୟଂ, ରାଷ୍ଟ୍ରରକ୍ଷାସମଂ ବ୍ରତମ୍, ରାଷ୍ଟ୍ରରକ୍ଷାସମଂ କ୍ଷଜ୍ଞୋ, ଦୃଷ୍ଟୋ ନୈବ ଚ ନୈବ ଚ। ନଭଃ ସ୍ପୃଶଂ ଦୀପ୍ତମ୍... ସ୍ଵାଗତମ୍। ଅର୍ଥାତ୍ ରାଷ୍ଟ୍ର ରକ୍ଷା ଠାରୁ ବଡ଼ ନା କୌଣସି ପୂଣ୍ୟ ଅଛି ନା କୌଣସି ବ୍ରତ ଅବା ନା କୌଣସି ଯଜ୍ଞ। ଆକାଶକୁ ସ୍ପର୍ଶ କରୁଥିବା... ସ୍ଵାଗତ।
ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଫେଲ ବିମାନକୁ ସ୍ଵାଗତ ଜଣାଇ କହିଛନ୍ତି ଯେ, ଗତି ଠାରୁ ନେଇ ଅସ୍ତ୍ର କ୍ଷମତା ଯାଏଁ, ରାଫେଲ ବହୁ ଆଗରେ। ବିଶ୍ଵ ସ୍ତରରେ ଏହି ଯୁଦ୍ଧ ବିମାନ ଖେଳ ପରିବର୍ତ୍ତନ କରିବାରେ ସକ୍ଷମ ହେବ ବୋଲି ମୋର ବିଶ୍ଵାସ ରହିଛି। ଏହି ସୁନ୍ଦର ଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଭାରତୀୟ ବାୟୁ ସେନା ଏବଂ ସମ୍ପୂର୍ଣ୍ଣ ଦେଶକୁ ଶୁଭକାମନା।