ଘର
ଭାରତ
ତୃତୀୟ ବିଶ୍ବଯୁଦ୍ଧର ତାରିଖ ଘୋଷଣା କଲେ ଜ୍ୟୋତିଷ, ସତ ହେବ କି ଭବିଷ୍ୟବାଣୀ ?...
ତୃତୀୟ ବିଶ୍ବଯୁଦ୍ଧର ତାରିଖ ଘୋଷଣା କଲେ ଜ୍ୟୋତିଷ, ସତ ହେବ କି ଭବିଷ୍ୟବାଣୀ ?...
by Swayangprajna Mishra
ଅର୍ଗସ ବ୍ୟୁରୋ : ପୃଥିବୀରେ ଅନେକ ଦେଶ ମଧ୍ୟରେ ଗତ କିଛି ବର୍ଷ ହେବ ପରିବର୍ତ୍ତନ ଦେଖାଦେଇଛି । ଅନେକ ଦେଶ ମଧ୍ୟରେ ଯୁଦ୍ଧ ଚାଲୁଥିବା ଦେଖିଥିବା ମିଳିଛି । ଏ ଭିତରେ ସବୁଠୁ ବଡ ଆଶଙ୍କା ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ସାରା ବିଶ୍ବର ତମାମ ସ୍ଥାନରେ ଚାଲିଛି ଚର୍ଚ୍ଚା ଆଉ ଆଲୋଚନା । ଖୁବଶୀଘ୍ର ଅର୍ଥାତ ଆଉ ୨୫ ଦିନ ମଧ୍ୟରେ ବିଶ୍ବଯୁଦ୍ଧ ହେବାକୁ ଯାଉଛି । ଏହାକୁ ନେଇ ପୂର୍ବରୁ ଅନେକ ଜ୍ୟୋତିଷ, ଭେଙ୍ଗା ବାବା ଆଦି ପୂର୍ବାନୂମାନ କରି ମତ ଦେଇଥିଲା ବେଳେ ଏବେ ଭାରତର ଆଉ ଜଣେ ଜ୍ୟୋତିଷ ତୃତୀୟ ବିଶ୍ବଯୁଦ୍ଧ ନେଇ ମତ ପ୍ରକାଶ କରିଛନ୍ତି । ତେବେ ଏହା କେବଳ ସେ ପୂର୍ବାନୂମାନ କରିଛନ୍ତି, ଏନେଇ କୌଣସି ନିଶ୍ଚିନ୍ତତା ପ୍ରକାଶ କରାଯାଇନାହିଁ ।
ଅଧିକ ପଢନ୍ତୁ : ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ କାହାର ହାତ ?
ଏହି ଜ୍ୟୋତିଷ ଜଣକଙ୍କ ନାଁ ହେଉଛି କୁଶଲ କୁମାର । ସେ ଆଗରୁ ମଧ୍ୟ ଇସ୍ରାଏଲ-ହମାସ, ରୁଷ ଏବଂ ନୋଟା, ଚୀନ ଏବଂ ତାଇୱାନ ମଧ୍ୟରେ ଯୁଦ୍ଧ ହେବା ନେଇ ଭବିଷ୍ୟବାଣୀ କରିଥିଲେ । କୁଶଲ କୁମାର କହିଛନ୍ତି , ୧୮ ଜୁନ ୨୦୨୪ରେ ତୃତୀୟ ବିଶ୍ବଯୁଦ୍ଧ ପାଇଁ ସବୁଠୁ ମଜବୁତ ଗ୍ରହର ଉତ୍ତେଜନା ରହିଛି । ଜୁନ ୧୦ ଏବଂ ୨୯ରେ ମଧ୍ୟ ଏହାର ସମ୍ଭାବନା ରହିଛି । ତେବେ କୁଶଲ କୁମାରଙ୍କୁ ଭାରତର ନାଷ୍ଟ୍ରୋଡାମସ ବୋଲି କୁହାଯାଉଛି । ନାଷ୍ଟ୍ରୋଡାମସ ଫ୍ରାନ୍ସର ଜ୍ୟୋତିଷ ଅଟନ୍ତି । ସେ ପୂର୍ବରୁ ମଧ୍ୟ ଅନେକ ଦେଶର ଯୁଦ୍ଧ ଯେମିତିକି , ନେପାଲିୟନ ଏବଂ ଏଡଲଫ୍ , ହିଟଲରଙ୍କ ଉଦୟ, ହିରୋସୀମା ନାଗାସାକି ପରମାଣୁ ଆଟାକ ଉପରେ ଭବିଷ୍ୟବାଣୀ ଦେଇଥିଲେ, ଏବଂ ଏସବୁ ମଧ୍ୟ ସତ ହୋଇଛି । ସେ ଲିଙ୍କଡେନରେ ଏପରି ବିଷୟରେ ଲେଖିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି ।