ସୂଚନାନୁସାରେ, ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଚାଲିଛି ଭୋଟିଂ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନରେ ପଶ୍ଚିମବଙ୍ଗର ସବୁଠାରୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମ ରହିଛି । ଏଠାରୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢେଇ ହେଉଛି । ବେଙ୍ଗଲର ୩୦ ବିଧାନସଭା ଆସନରେ ୧୭୧ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଆଜି ୪ଟି ଜିଲ୍ଲାର ୩୦ଟି ଆସନରେ ମତଦାନ ଚାଲିଛି । ଯେଉଁଥିରେ ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁରର ୯ ଲେଖାଏଁ, ବାଙ୍କୁରାର ୮, ଏବଂ ୨୪ ପରଗଣାର ୪ଟି ଆସନରେ ଭୋଟିଂ ହେଉଛି ।
ବେଙ୍ଗଲରେ ହିଂସା, ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ
Download Argus News App
