ଏବି ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର। ଟି-୨୦ ବିଶ୍ୱକପ୍ରେ ଭାରତ ଲଗାତର ବିଜୟୀ ହୋଇ ଗ୍ରୁପ୍-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ଆଜିର ମ୍ୟାଚ୍ ଜିତିଲେ ସେମିରେ ପ୍ରବେଶ କରିବ ଭାରତ।ଯଦି ବର୍ଷା ଲାଗି ମ୍ୟାଚ୍ ବାତିଲ ହୁଏ ତେବେ ଭାରତ ର୍ନିଦ୍ୱନ୍ଦ୍ୱରେ ସେମିଫାଇନାଲରେ ପ୍ରବେଶ କରିବ। ହେଲେ କଙ୍ଗାରୁ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି,ଆଫଗାନିସ୍ତାନ ଠାରୁ ସୁପର ୮ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ପରାଜୟ ବରଣ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ଅଷ୍ଟ୍ରେଲିଆ ଟିମ୍ ଯଦି ଭାରତ ଭାରତ ବିପକ୍ଷରେ ମ୍ୟାଚ ହାରିଯାଏ ଓ ଆଫଗାନିସ୍ତାନ ଟିମ ମଙ୍ଗଳବାର ସୁପର ୮ ମ୍ୟାଚରେ ବାଂଲାଦେଶକୁ ହରାଇଦିଏ, ତାହେଲେ କଙ୍ଗାରୁ ଟିମ ଟି୨୦ ବିଶ୍ୱକପରୁ ବିଦା ହେବ।ଅନ୍ୟପଟେ ଇଂଲଣ୍ଡ ୧୦ ୱିକେଟ୍ ରେ ଆମେରିକାକୁ ହରାଇ ସେମିରେ ପ୍ରବେଶ କରିଥିବାବେଳେ ୱେଷ୍ଟ ଇଣ୍ଡିଜକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ଦକ୍ଷିଣ ଆଫ୍ରିକା । ଭାରତ ବ୍ୟାଟିଂ ବୋଲିଂରେ ଜବରଦସ୍ତ ଫର୍ମରେକରିଆସୁଥିବାବେଳେ କଙ୍ଗାରୁକୁ ହରାଇ ସେମିରେ ଭାରତ ପ୍ରବେଶ କରିବା ସହ ହିଟ୍ ମ୍ୟାନଙ୍କ ଅଧିନରେ ବିଶ୍ବକପ୍ ତୋଳିଧରିବ ଭାରତ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ।
ଅଧିକ ପଢନ୍ତୁ କ୍ରୀଡା ଖବର