ଆମ ଦେଶରେ ଭୂତ ଓ ଭୂତେଶ ବା ଶିବଙ୍କର ଉପାସନା ସର୍ବ ପ୍ରାଚୀନ। ଏଣୁ ଶିବଙ୍କୁ କାଳପୁରୁଷ କୁହାଯାଏ। ଖାସ୍ ସେଇଥିପାଇଁ ଶିବଙ୍କ ଉପାସନା ଭଳି ଭୂତ ପ୍ରେତଙ୍କୁ ମାନିବାର ପରମ୍ପରା ବେସ୍ ପ୍ରାଚୀନ। ଆପଣ ଦେଖୁଥିବା ଦୃଶ୍ୟ କର୍ଣ୍ଣାଟକ ରାଜ୍ୟର ମାଙ୍ଗାଲୋରର।
କୁଲୁ ଆଦିବାସୀ ସମ୍ପ୍ରଦାୟର ଏହା ଏକ ପ୍ରାଚୀନ ପର୍ବ। ଯେଉଥିରେ ଭଗବାନ ଶିବଙ୍କ ଭୂତନାଥ ସ୍ବରୂପକୁ ସନ୍ତୁଷ୍ଟ କରିବାକୁ ଏଭଳି ନୃତ୍ୟର ଆୟୋଜନ କରାଯାଏ। ଏମିତି କଲେ ବର୍ଷ ତମାମ ଭୂତ ଭୟରୁ ମୁକ୍ତି ମିଳେ ବୋଲି ସମସ୍ତଙ୍କ ଧାରଣା। ଏହି ନାଚର ନର୍ତ୍ତକ ନିଜକୁ ଭୂତ ରୂପରେ ରୂପାୟିତ କରିଥାନ୍ତି। ହାତରେ ମଶାଲ ଧରି ଚିତ୍ତାକର୍ଷକ ନୃତ୍ୟ କରନ୍ତି। ପ୍ରଥମେ ଗୋଟିଏ କଦଳୀ ବଳୀ ସ୍ବରୂପ କଟାଯିବା ପରେ କୁକୁଡା ଲଢେଇ କରାଯାଏ। କୁକୁଡା ଲଢେଇ ପରେ ଏହି ମନୋରଞ୍ଜକ ଭୂତକୋଳା ନୃତ୍ୟ ପ୍ରଦର୍ଶନ ହୋଇଥାଏ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ