ସେପଟେ ମାଲକାନଗିରିରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛି ପୋଲିସ । ଆନ୍ଧ୍ର ସୀମାନ୍ତ କାଲିମେଳା ଥାନା ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓ ଗତିବିଧି ସମ୍ପର୍କରେ ମିଳିଥିଲା ଗୁଇନ୍ଦା ସୂଚନା । ଡିଭିଏଫ ଯବାନଙ୍କ ଅପରେସନରେ ମାଟି ତଳେ ଲୁଚାଇ ରଖା ଯାଇଥିବା ୧୯୦ଟି ଜିଲେଟିନ ଷ୍ଟିକ, ବହୁ ସଂଖ୍ୟାରେ IED ବୋମା ଜବତ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ସରକାର ନକ୍ସଲଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଶାନ୍ତି ପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ବାହାରିବ ବୋଲି କହିଛନ୍ତି ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ଗତ ୧୦ ବର୍ଷ ଭିତରେ ଦେଶରୁ ଅନେକାଂଶରେ କମିଛି ମାଓ ଗତିବିଧି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଖୁବ୍ଶୀଘ୍ର ଦେଶରୁ ମୂଳପୋଛ ହୋଇଯିବେ ନକ୍ସଲ ।