ଏହା ପୂର୍ବରୁ ଡିଆରଡିଓ ଓଡିଶାର ଚାନ୍ଦିପୁରରେ ସେପ୍ଟେମ୍ବର 30ରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିଶାଇଲର ସଫଳ ପରୀକ୍ଷଣ କରିଥିଲା। ବ୍ରହ୍ମୋସ୍ ପ୍ରଥମ ସୁପରସୋନିକ୍ କ୍ରୁଜ୍ ମିଶାଇଲ୍। ବ୍ରହ୍ମୋସ୍ ମିଶାଇଲକୁ ଦେଶର ତିନୋଟି ରେଜିମେଣ୍ଟ ସାମିଲ କରାଯାଇଛି। ଅର୍ଥାତ୍ ଯଦି ଶତ୍ରୁ କୌଣସି ପ୍ରକାର ଆକ୍ରମଣ କରିବାକୁ ଚେଷ୍ଟା କରେ ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେବ। ଲଦ୍ଦାଖରେ ଚୀନ ସହ ଗତ କିଛି ମାସ ଧରି ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତ ଲଗାତର ଦେଶ ଏବଂ ବିଦେଶରୁ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି।
ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ

ଅର୍ଗସ ବ୍ୟୁରୋ : ରବିବାର ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ ମିଶାଇଲର ସଫଳ ପରୀକ୍ଷଣ ହୋଇଛି। ନୌସେନାର ସ୍ଵଦେଶୀ ଷ୍ଟିଲଥ ଡେଷ୍ଟ୍ରୟର ଆଇଏନଏସ ଚେନ୍ନାଇରେ ଏହାର ସଫଳ ପରୀକ୍ଷଣ ହୋଇଥିବା ଡିଆରଡିଓ ସୂଚନା ଦେଇଛି। ଚୀନ ସହ ଭାରତର ସୀମା ବିବାଦ ମଧ୍ୟରେ ଭାରତ ତାର ସୈନ୍ୟ ଶକ୍ତିକୁ ମଜବୁତ କରିବାରେ ଲାଗିଛି। ଏହି ମଧ୍ୟରେ ରବିବାର ଦେଶକୁ ଏକ ବଡ଼ ସଫଳତା ମିଳିଛି।
Download Argus News App
