ପଂଜାବର ଅମୃତସର ଗ୍ରମାଂଚଳ ଜିଲ୍ଲାରେ ଥିବା ଚହରପୁର ଗାଁ ନିକଟରେ ଏକ ଡ୍ରୋନ୍ ପାକିସ୍ତାନ ସୀମାଆଡ଼ୁ ଆସିଥିଲା, ଯାହାକୁ ଗୁଳି କରି ଖସାଇ ଦେଇଥିଲେ ସେଠାରେ ମୂତୟନ ଥିବା ବିଏସଏଫ୍ ଯବାନ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ନୂଆଦିଲ୍ଲୀ: ପୁଣି ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ୍ । ବିଗତ କିଛିଦିନ ଧରି ଲଗାତାର ସୀମା ସେପାଖରୁ ସନ୍ଦେହଜନକ ଭାବରେ ଡ୍ରୋନ୍ ଭାରତ ସୀମାକୁ ଆସୁଛି । ପାକିସ୍ତାନ ଆଡ଼ୁ ଆସୁଥିବା ଡ୍ରୋନଗୁଡ଼ିକୁ ଗୁଳି ମାରି ଖସାଇ ଦେଉଛନ୍ତି ଭାରତର ସଜାଗ ଯବାନ।
ପଂଜାବର ଅମୃତସର ଗ୍ରମାଂଚଳ ଜିଲ୍ଲାରେ ଥିବା ଚହରପୁର ଗାଁ ନିକଟରେ ଏକ ଡ୍ରୋନ୍ ପାକିସ୍ତାନ ସୀମାଆଡ଼ୁ ଆସିଥିଲା, ଯାହାକୁ ଗୁଳି କରି ଖସାଇ ଦେଇଥିଲେ ସେଠାରେ ମୂତୟନ ଥିବା ବିଏସଏଫ୍ ଯବାନ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଭଦ୍ରକ : ସ୍କୁଲରେ ଥିବା ସୂଚନା ଫଳକ ପଡ଼ି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ମୃତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳୀ ପଞ୍ଚାୟତ ଉଚ୍ଚପଦା ଗ୍ରାମର ଥିବା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରଥମ ଶ୍ରେଣୀର ଛାତ୍ର ମୃତ. ମୃତକ ଜଣକ ହେଉଛନ୍ତି ଏହି ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ। ସୂଚନା ଅନୁଯାୟୀ ସ୍କୁଲ ରେ ଥିବା ଏକ ସୂଚନା ଫଳକ ପଡ଼ି ମୃତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ୨ ମୃତ
ତେବେ ଛାତ୍ର ଜଣଙ୍କୁ ପ୍ରଥମେ ଅସୁରାଳି ରେ ଥିବା ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଅତି ଗୁରୁତର ଥିବା ରୁ ଛାତ୍ର ଜଣକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି।
ଅର୍ଗସ ବ୍ୟୁରୋ: ଦିନକ ପରେ ଦିନିକିଆ ବିଶ୍ବକପ୍ ଖେଳାଯିବାକୁ ଥିବାବେଳେ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଭାରତୀୟ ବ୍ୟାଟିଂ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର୍ ନିଯୁକ୍ତ କରିଛି। ରେକର୍ଡ ୬ଟି ବିଶ୍ବକପ୍ରେ ଖେଳିଥିବା ସଚିନ ଗୁରୁବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ପୂର୍ବରୁ ବିଶ୍ବକପ୍ ଟ୍ରଫି ସହିତ ପଡ଼ିଆକୁ ପ୍ରବେଶ କରି ଏହାକୁ ଆନୁଷ୍ଠାନିକ ଉଦ୍ଘାଟନ କରିବେ ବୋଲି ମଧ୍ୟ ଘୋଷଣା କରାଯାଇଛି। ‘୧୯୮୭ ବିଶ୍ବକପ୍ରେ ବଲ୍ ବୟ ଥିବାବେଳେ ୬ଟି ସଂସ୍କରଣରେ ଭାରତର ପ୍ରତିନିଧିତ୍ବ କରିଛି। ବିଶ୍ବକପ୍ ସବୁବେଳେ ମୋ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହୋଇ ରହିଛି।
୨୦୧୧ ମସିହାରେ ବିଶ୍ବକପ୍ ଜିତିବା ମୋ କ୍ରିକେଟ୍ ଯାତ୍ରାରେ ସବୁଠାରୁ ଗୌରବମୟ ମୁହୂର୍ତ୍ତ ହୋଇ ରହିଛି’ ବୋଲି ସଚିନ ପ୍ରକାଶ କରିଥିବା ଆଇସିସି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ଏକାଧିକ ସ୍ବତନ୍ତ୍ର ଦଳ ଏବଂ ଖେଳାଳି ଏଥର ବିଶ୍ବକପ୍ରେ ଅଂଶଗ୍ରହଣ କରୁଥିବାବେଳେ ଏହାକୁ ନେଇ ମୁଁ ଉତ୍ସାହିତ। ଏଥରର ସଂସ୍କରଣ ମଧ୍ୟ ଯୁବ ବାଳକ ଓ ବାଳିକାଙ୍କୁ ଖେଳକୁ ଆସିବାକୁ ଉତ୍ସାହ ଯୋଗାଇବ ଏବଂ ନିଜ ନିଜ ଦେଶକୁ ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ବ କରିବାକୁ ପ୍ରେରିତ କରିବ ବୋଲି ସଚିନ କହିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର