କୃଷକମାନେ ଜୈବିକ କୃଷି ଆପଣେଇବା ଦ୍ୱାରା ରାସାୟନିକ ସାର, କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।ଏହି ଅର୍ଗାନିକ୍ ଫାର୍ମିଂ ଦ୍ୱାରା ନା କେବଳ ମୃତ୍ତିକା ସଂରକ୍ଷଣ ହେବା ବରଂ ଜୈବ ବିବିଧତା ମଧ୍ୟ ବୃଦ୍ଧି ପାଇଥାଏ । ଖାଲି ଏତିକି ନୁହେଁ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା କୃଷକଙ୍କ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡେନାହିଁ । ଯାହାଦ୍ୱାରା ସେମାନଙ୍କର ଅଧିକ ଲାଭ ହେବ ।
ଫଳରେ ଜୈବିକ କୃଷି ଉପରେ ବିଶେଷ ଗୁରୁତ୍ୱ ଦେଇ ଆଗାମୀ ୨ ବର୍ଷରେ ୧ କୋଟି ଚାଷୀଙ୍କୁ ଜୈବିକ କୃଷି ଲାଗି ସରକାର ସହାୟତା ଯୋଗାଇ ଦେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ୩୨ଟି ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ । 400ଟି ଜିଲ୍ଲାରେ ଫସଲ ଡିଜିଟାଲ ସର୍ଭେ ହେବ । କୃଷି କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ । ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭର ହେବା ଉପରେ ଗୁରୁତ୍ୱ ଦିଆଯିବ । ଡାଲି ଓ ତୈଳବୀଜ ଉପରେ ମିଶନ ମୋଡରେ କାମ ହେବ ।
ସେହିପରି ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ଏଥିସହ ୫ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ କ୍ରିଡେଟ୍ କାର୍ଡ ଜାରି ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଏହାଛଡ଼ା ୪୦୦ଟି ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ । ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ପ୍ରୋତ୍ସାହନ ମିଳିବ । ନାବାର୍ଡ ମାଧ୍ୟମରେ ଚିଙ୍ଗୁଡ଼ି ଚାଷ, ପ୍ରକ୍ରିୟାକରଣ ଏବଂ ରପ୍ତାନି ପାଇଁ ଅର୍ଥ ପ୍ରଦାନ କରାଯିବ । ଜଳବାୟୁ ଅନୁକୂଳ କୃଷିର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରାଯିବ । ଏହା ସହିତ ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ ଏଫ୍ପିଓ ଗଠନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଭାଗିତାରେ ଡିଜିଟାଲ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରାଯିବ । ଏହି ଡିଜିଟାଲ୍ ଢାଞ୍ଚା କୃଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେପରିକି ପାଣିପାଗ ପୂର୍ବାନୁମାନ, ଫସଲ ଜନିତ ପରାମର୍ଶ ଏବଂ ବଜାର ମୂଲ୍ୟ ଭଳି ସୁବିଧା ପ୍ରଦାନ କରାଯିବ । ଯାହା ଚାଷୀଙ୍କୁ ଉତ୍ପାଦନ ବଢାଇବା ସହ ଚାଷୀଙ୍କୁ ଲାଭାନ୍ୱିତ କରିବ ।