ଏଥିପାଇଁ ଆଗାମୀ ୫ ବର୍ଷରେ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ମଧ୍ୟପ୍ରଦେଶର ନୀମଚ-ରତଲାମ ଲାଇନ ଦୋହରୀକରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରିଛି । ସେହିପରି ମୋଦି ସରକାର ରପ୍ତାନୀ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେପ୍ଟେମ୍ବର ୨୧ ସୁଦ୍ଧା ୧୮୫ ବିଲିୟନ ଡଲାରର ରପ୍ତାନୀ ହୋଇସାରିଛି।
ସେହିପରି ଏକ୍ସପର୍ଟ କ୍ରେଡିଟ ଗ୍ୟାରେଣ୍ଟି କୋର୍ପୋରେସନ ଅଫ ଇଣ୍ଡିଆକୁ ଆହୁରି ୪ ହଜାର ୪୦୦ କୋଟି ଟଙ୍କା ଦିଆଯିବ। ଏହାସହ ଷ୍ଟକ ଏକ୍ସଚେଞ୍ଜରେ ECGCର ଲିଷ୍ଟିଂ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି NEIAକୁ ୧୬ ଶହ ୫୦ କୋଟି ଟଙ୍କାର ଅଧିକ ପୁଞ୍ଜି ଦିଆଯିବ। ଏହାଦ୍ବାରା ଛୋଟ ଉଦ୍ୟୋଗ ଏବଂ କୃଷି କ୍ଷେତ୍ର ସହ ଜଡିତ ରପ୍ତାନୀକୁ ପ୍ରୋତ୍ସାହନ ମିଳିବ।