2019 ଡିସେମ୍ବରରେ ସିଏଏ ପାରିତ ହୋଇଥିଲା । ଏହା ସପକ୍ଷରେ 125 ଓ ବିରୋଧରେ 105 ଖଣ୍ଡ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତିଙ୍କ ଦ୍ବାରା ଏହି ବିଧେୟକକୁ 2019, 12 ଡିସେମ୍ବରରେ ମଞ୍ଜୁରୀ ମିଳିଥିଲା ।
୨୦୧୪ ଡିସେମ୍ବର ୩୧ ପୂର୍ବରୁ ପଡୋଶୀ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ପ୍ରବେଶ କରିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଏହି ଆଇନର ଉଦ୍ଦେଶ୍ୟ । ଏହା ଭାରତୀୟ ନାଗରିକଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ଏହା ବ୍ୟତୀତ କୌଣସି ବିଦେଶୀ ଭାରତୀୟ ନାଗରିକତ୍ୱ ଗ୍ରହଣ ଲାଗି ନାଗରିକତ୍ୱ ଆଇନ, ୧୯୫୫ରେ ରହିଥିବା ବ୍ୟବସ୍ଥାକୁ ସିଏଏ ପ୍ରଭାବିତ କରିବ ନାହଁ ।
କେମିତି କରିହେବ ଆବେଦନ ?
-ସମଗ୍ର ପ୍ରକ୍ରିୟା ଅନଲାଇନ୍ ହୋଇଥିବାରୁ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ
-ଆବେଦନ ପାଇଁ କୌଣସି ଦସ୍ତାବିଜର ଆବଶ୍ୟକତା ନାହିଁ
-ଆବେଦନକାରୀ କେବଳ ଭାରତକୁ ଆସିଥିବା ବର୍ଷ ନେଇ ତଥ୍ୟ ଦେବେ