ତେବେ ପ୍ରାଯ ୬୦ ଜଣଙ୍କ ଭିଡିଓ କରାଜାଇଥିବାର କୁହାଯାଉଥିବା ବେଳେ ,ପୁଲିସ ଏହାକୁ ନେଇ ତଦନ୍ତ କରିବା ଆରମ୍ଭ କରିଛି।ହଷ୍ଟେଲରେ ଝିଅମାନଙ୍କର ଗାଧେଇବା ଭିଡିଓ ଲିକ୍ ହୋଇ ଭାଇରାଲ୍ ହୋଇଥିବା ଅଭିଯୋଗ ହେବା ପରେ ଶନିବାର ମଧ୍ୟରାତ୍ରି ପରେ ୟୂନିଭର୍ସିଟି କ୍ୟାମ୍ପସରେ ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ କରିଥିଲେ । ପରିସ୍ଥିତି ଅଣାଯତ ହେବାରୁ ପୁଲିସ ସେଠାରେ କାର୍ଯାନୁଷ୍ଠାନ ନେବା ଆରମ୍ଭ କରିବା ସହିତ ଅଭିଜୁକ୍ତ ଛାତ୍ରୀଙ୍କୁ ଗିରଫ କରିଛି।
ଅଭିଜୁକ୍ତ ଛାତ୍ରୀ ହଷ୍ଟେଲ ସାଥୀଙ୍କ ଗାଧୋଏଇବା ଭିଡିଓ ରେକର୍ଡ କରି ସିମଲାର ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ସେୟାର କରିଥିବାର ଅଭିଯୋଗ ହୋଇଛି।ପ୍ରଥମେ ହଷ୍ଟେଲର ୱାର୍ଡେନ ଛାତ୍ରିଙ୍କୁ ଧରିଥିବାର ଏକ ଭିଡିଓ ମଧଯ ସାମନାକୁ ଆସିଛି ।ତେବେ ହଷ୍ଟେଲ ଝିଅଙ୍କ ଭିଡିଓ ସୁଟିଂ କରାଯାଇ ଭାଇରାଲ ହୋଇଥିବା କଥାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅସ୍ୱୀକାର କରୁଥିବାର କୁହାଜାଉଛିା ାତେବେ ଏହି ଘଟଣାରେ କେତେ ସତଯାସତ ଅଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ କରାଯାଇଛି।