ଘର
ଭାରତ
ସଂସଦ ଉଚ୍ଚ ସଦନରେ `ସମ୍ବିଧାନ' ବିତର୍କ
ସଂସଦ ଉଚ୍ଚ ସଦନରେ `ସମ୍ବିଧାନ' ବିତର୍କ
by Banajyotshna Ray
NEWS HIGHLIGHTS
- ସଂସଦ ଉଚ୍ଚ ସଦନରେ `ସମ୍ବିଧାନ' ବିତର୍କ
- ସମ୍ବିଧାନ ସୁରକ୍ଷାକୁ ନେଇ ରାଜ୍ୟସଭାରେ ଘମାସାନ
- କଂଗ୍ରେସକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜୋରଦାର ଆଟାକ୍
- `କ୍ଷମତାଶାଳୀଙ୍କୁ ସୁରକ୍ଷା ପାଇଁ ସମ୍ବିଧାନକୁ ବ୍ୟବହାର କରୁଥିଲା କଂଗ୍ରେସ'
- ବାରମ୍ବାର ସମ୍ବିଧାନ ସଂଶୋଧନ କରି ବି ସମୟ ପରୀକ୍ଷାରେ ଫେଲ୍
- କିନ୍ତୁ ଗଣତନ୍ତ୍ର ମଜବୁତ କରିବାକୁ ମୋଦି ସରକାର କରୁଛନ୍ତି ନିରନ୍ତର ପ୍ରୟାସ
ଅର୍ଗସ ବ୍ୟୁରୋ: ସଂସଦରେ ସମ୍ବିଧାନ ବିତର୍କ । ଲୋକସଭା ପରେ ରାଜ୍ୟସଭାରେ ବି ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ବ୍ୟାକଫୁଟରେ କଂଗ୍ରେସ । ଦିନକ ତଳେ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ, ଆଉ ଆଜି ଉଚ୍ଚ ସଦନରେ ଜୋରଦାର ଆକ୍ରମଣ କରିଛନ୍ତି ଅର୍ଥମନ୍ତ୍ରୀ। ରାଜ୍ୟସଭାରେ ନିର୍ମଳା ସୀତାରମଣ ବି ଉଠାଇଛନ୍ତି ଜରୁରୀ ସ୍ଥିତି ପ୍ରସଙ୍ଗ। ପ୍ରଶ୍ନ କରିଛନ୍ତି, ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ କିଏ ସାରା ଦେଶକୁ କରିଥିଲା ଜେଲ୍ ଖାନା ? ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ତର୍କର ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ । କହିଛନ୍ତି ବିନା ବିରୋଧୀଙ୍କ ଉପସ୍ଥିତିରେ ସଂସଦରେ ସମ୍ବିଧାନ ସଂଶୋଧନ କରିଥିବା ଦଳର ନାଁ କଣ ?
ଅର୍ଥମନ୍ତ୍ରୀ ସୀତାରମଣ ଆହୁରି କହିଛନ୍ତି ସମ୍ବିଧାନ ସୁରକ୍ଷା ନାଁରେ କ୍ଷମତା ଦଖଲ ଓ କ୍ଷମତାଶାଳୀଙ୍କୁ ସୁରକ୍ଷା ପାଇଁ କଂଗ୍ରେସର କଳାକାରନାମା ଉପରୁ ହଟୁଛି ପରଦା । ବାରମ୍ବାର ସମ୍ବିଧାନ ସଂଶୋଧନ ପଛର ରହସ୍ୟ ଆଉ ଦେଶବାସୀଙ୍କୁ ଅଛପା ନାହିଁ। କେଉଁ ଜାତୀୟ ସ୍ବାର୍ଥରେ ନେହରୁଙ୍କ ଶାସନରେ ୧୭ ଥର, ଇନ୍ଦିରାଙ୍କ ଅମଳରେ ୨୮ ଥର ଓ ରାଜୀବ ଗାନ୍ଧିଙ୍କ ସରକାରରେ ୧୦ ଥର ସମ୍ବିଧାନ ସଂଶୋଧନ କରାଯାଇଥିଲା ? ସମ୍ବିଧାନକୁ ଦୁର୍ବଳ କରିବାକୁ ବାରମ୍ବାର ପ୍ରୟାସ କରି କଂଗ୍ରେସ ଏବେ ସମୟର ପରୀକ୍ଷାରେ ଫେଲ୍ ମାରିଛି।
ଲୋକସଭା ବିତର୍କରେ କଂଗ୍ରେସକୁ ଦୃଢ଼ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ଜିସକୋ କୋଇ ନେହିଁ ପୁଛତା, ଉସୈ ମୋଦି ପୁଜତା' ବିବୃତ୍ତିକୁ ନେଇ ବିରୋଧୀ ଶିବିରରେ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟସଭାରେ ବି ମୋଦି ବିତର୍କରେ ଭାଗ ନେବେ କି ନାହିଁ ତାକୁ ନେଇ ରହିଛି ଉତ୍କଣ୍ଠା।
ଅଧିକ ପଢ଼ନ୍ତୁ ଦେଶ ଖବର: