ନୂଆଦିଲ୍ଲୀ NCERT ଅଡିଟୋରିୟମର ଭୂମି ପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୯୦୨ ଜଣ କ୍ଷମତା ବିଶିଷ୍ଟ ଏହି ଅଡିଟୋରିୟମ୍ ପାଇଁ ଖର୍ଚ୍ଚ ହେବ ୫୭.୭୪ କୋଟି ଟଙ୍କା । ଏହି ଅଡିଟୋରିୟମରେ କଳା ଉତ୍ସବ, ଯୋଗ, ନ୍ୟାସନାଲ୍ ୱାର୍କସପ୍, ସେମିନାର୍ ଅନୁଷ୍ଠିତ ହେବ । ଚଳିତବର୍ଷ ଏହି ଅଡିଟୋରିୟମ୍ ପାଇଁ ଅନୁମତି ମିଳିନଥିଲା । ୨୦୨୬ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଫ୍ଲିପକାର୍ଡ ଏବଂ NCERT ମଧ୍ୟରେ MOu ହୋଇଛି । Ncert କ୍ୟାମ୍ପସରେ ଏକ Google learning centre ପ୍ରତିଷ୍ଠା କରାଯିବ । ଏହା ସହ Nishtha tracher training module କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହଛନ୍ତି- NCERT ଏକ ଗବେଷଣା ବିଶ୍ବ ବିଦ୍ୟାଳୟର ରୂପ ନେବାକୁ ଯାଉଛି । ଭାରତର ଭବିଷ୍ୟତ ୨୫ କୋଟି ବିଦ୍ୟାର୍ଥୀଙ୍କ ପାଇଁ ଯେଉଁ content ବନୁଛି ସେମାନେ କଣ ପଢ଼ିବେ କେଉଁ ବିଷୟରେ ପଢ଼ିବେ ଏହାର ପ୍ରମୁଖ think tank ହେଉଛି NCERT ।