ଦେଶରେ ମୋଟ ୩ କୋଟି ୧ ଲକ୍ଷ ୮୩ ହଜାର ୧୪୩ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୨ କୋଟି ୯୧ ଲକ୍ଷ ୯୩ ହଜାର ୮୫ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ଏଯାଏଁ ଦେଶରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ରେ ପହଞ୍ଚି ଥିବା ବେଳେ ୫ ଲକ୍ଷ ୯୫ ହଜାର ୫୬୫ରେ ପହଞ୍ଚିଛି ସକ୍ରିୟ ସଂଖ୍ୟା ।
୫୦ ହଜାର ତଳକୁ ଖସିଲା ସଂକ୍ରମଣ, 1183 ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଦୈନିକ ଆକ୍ରାନ୍ତ 50 ହଜାରରୁ କମ୍ ହୋଇଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ କୋଭିଡ -19 ର 48,698 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ 1183 ରୋଗୀ ପ୍ରାଣ ହରାଇଛନ୍ତି।
Download Argus News App
