କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପୁଣି ଥରେ ତାଙ୍କର ପୁରୁଣା କଥାକୁ ଦୋହରାଇଛନ୍ତି । ସେ ପୁଣି ଥରେ ପାକିସ୍ତାନ ଉପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି । ତାଙ୍କର ଏହି ବକ୍ତବ୍ୟ ପରେ ବିଭିନ୍ନ ଲୋକ ମାନେ କଂଗ୍ରେସକୁ ପାକିସ୍ତାନୀ ସମର୍ଥକ ପାର୍ଟି ବୋଲି କହିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତମାନ ଜାମ୍ମୁ କାଶ୍ନୀରରେ ଅଛି । ଜାମ୍ମୁ ଠାରେ କଂଗ୍ରେସ ନେତା ଦିଗବିଜୟ ସିଂହ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏହି ପ୍ରଶ୍ନ ଉଠାଇଛନ୍ତି।
ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସରକାର ସର୍ଜିକାଲ ଷ୍ଟ୍ରାଇକର କଥା କହୁଛି । ଅନେକ ଲୋକ ମାନଙ୍କୁ ମାରିଥିବାର ଦାବି କରୁଛି । ହେଲେ ପ୍ରମାଣ ଦେଉ ନାହିଁ। ସରକାର କେବଳ ମିଛ କଥା କହି ଶାସନ କରୁଛି ।
ଶୁଣନ୍ତୁ ସେ କଣ କହିଛନ୍ତି। ଦିଗବିଜୟ ସିଂହ ଆହୁରି କହିଛନ୍ତି ଯେ ସରକାର ଜାମ୍ମୁ କାଶ୍ମୀରର ନିଷ୍ପତି ନେବାକୁ ଚାହୁଁ ନାହାନ୍ତି । ଏଠାକାର ସମସ୍ୟାର ସମାଧାନ କରିବାକୁ ଚାହୁଁ ନାହାନ୍ତି, ଯାହା ଫଳରେ କାଶ୍ମୀର ଫାଇଲ୍ସ ଭଳି ଫିଲ୍ମ ମାନ ତିଆରି ହେଉଥିବ ଓ ଲୋକ ମାନେ ହିନ୍ଦୁ – ମୁସଲମାନ ମାନଙ୍କ ମଧ୍ୟରେ ଘୃଣାର ପ୍ରସାର ହେଉଥିବ ।
ଦିଗବିଜୟ ସିଂହ ଏହି ବକ୍ତବ୍ୟ ଦେବା ପରେ ଗଣମାଧ୍ୟମର ପ୍ରତିନିଧି ମାନେ ଯେତେବେଳେ ତାଙ୍କୁ ଏ ସମ୍ପର୍କରେ ଆହୁରି ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କ ମଝିରେ ଆସି ଯାଇଥିଲେ । କେବଳ ସେତିକି ନୁହେଁ ସେ ଦିଗବିଜୟ ସିଂହଙ୍କୁ ଡାଇଭର୍ଟ ନ କରିବାକୁ କହିଥିଲେ । ଏହା ସତ୍ୱେ ଯେତେବେଳେ ଜଣେ ରିପୋର୍ଟର ଦିଗବିଜୟ ସିଂହଙ୍କୁ ପୁଣି ଥରେ ଏହି ପ୍ରସଙ୍ଗରେ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ଦିଗବିଜୟ ସିଂହଙ୍କୁ ରିପୋର୍ଟରଙ୍କ ଠାରୁ ଦୂରକୁ ଟାଣି ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।
ଅନ୍ୟ ପକ୍ଷରେ ଦିଗବିଜୟ ସିଂହଙ୍କ ଏହି ସେନା ବିରୋଧୀ ଓ ପାକିସ୍ତାନୀ ସମର୍ଥନକାରୀ ବୟାନ ପରେ ବିଜେପି କଂଗ୍ରେସ ଉପରେ ଆକ୍ରମଣ କରିଛି। ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା ଟ୍ୱିଟ କରି କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ପୁଣି ଥରେ ପୁଲୱାମାକୁ ନେଇ ପାକିସ୍ତାନର ଭାଷା କହିଛି । ଦିଗବିଜୟ ସିଂହ ମୁମ୍ବାଇ ଉପରେ 26-11 ରେ ହୋଇଥିବା ଆକ୍ରମଣ ପାଇଁ ମଧ୍ୟ ଭାରତକୁ ଦାୟୀ କରିଥିଲେ । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟୀ ଏବେ ପାକିସ୍ତାନ ସମର୍ଥନକାରୀ ପାର୍ଟିରେ ପରିଣତ ହୋଇଯାଇଛି।
ରାଜନୀତି ଖବର ଆହୁରି ପଢନ୍ତୁ ।