ଗୋଟିଏ ଜୁଇରେ ଜଳିଲେ ମା' ଓ ପୁଅ
by Ritu Das
ଅର୍ଗସ ବ୍ୟୁରୋ: ସକାଳୁ ସକାଳୁ ଏକ ଦୁଃଖଦ ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରୁ । ପୁଅ ମୃତ୍ୟୁର କେଇ ଘଣ୍ଟା ପରେ ମା'ର ମୃତ୍ୟୁ ହେବା ଏବଂ ମା' ଓ ପୁଅକୁ ଗୋଟିଏ ଜୁଇରେ ଅନ୍ତିମ ସଂସ୍କାର କରାଯିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏଭଳି ଦୁଃଖ ଦାୟକ ଘଟଣା ଘଟିଛି ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୁଚକିବାହାଲ ଗ୍ରାମରେ । ଗ୍ରାମର ଭକ୍ତବନ୍ଧୁ ସାହୁ ନାମକ ୩୫ ବର୍ଷିଆ ପୁଅ କିଛିଦିନ ହେଲା କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ବିୟୋଗ ଘଟଥିଲା।
ପୁଅ ବିୟୋଗର କିଛି ଘଣ୍ଟା ପରେ ମା' ରୁକ୍ମିଣୀଙ୍କ ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଥିଲା । ଅନ୍ୟ ପଟରେ ସ୍ୱାମୀ ଏବଂ ଶାଶୁଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ଭକ୍ତବନ୍ଧୁଙ୍କ ସ୍ତ୍ରୀ ରାଜଶ୍ରୀ । ତିନୋଟି ଶିଶୁକୁ ନେଇ ସ୍ୱାମୀ ଏବଂ ଶାଶୁଙ୍କ ଶୁଦ୍ଧିକ୍ରିୟା କରିବା ସହିତ ପରିବାର ଚଳାଇବା ଚିନ୍ତାରେ ରାଜଶ୍ରୀ । ଜିଲ୍ଲା ପ୍ରଶାସନ ଏହି ପ୍ରଭାବିତ ପରିବାର ପ୍ରତି ଉପଯୁକ୍ତ ଦୃଷ୍ଟିଦେଇ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର