14 ଜଣଙ୍କ ପରେ ଦ୍ରୌପଦୀ ହେବେ ଦେଶର 15 ତମ ରାଷ୍ଟ୍ରପତି । ପ୍ରଥମଥର ରାଷ୍ଟ୍ରପତିଙ୍କ ପାଇଁ ସାରା ଦେଶ ପାଳୁଛି ବିଜୟ ଉତ୍ସବ । ନାଚଗୀତ ଓ ଉତ୍ସାହ ଉଦ୍ଦୀପନା । ସ୍ୱାଧୀନତାର 75 ବର୍ଷ ଅପେକ୍ଷା କରିବାକୁ ପଡିଲା ଆଦିବାସୀ ସମାଜର ଜଣେ ବ୍ୟକ୍ତିଙ୍କୁ ଦେଶର ସବୁଠାରୁ ବଡ ଆସନରେ ବସିବାକୁ ।
ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ଭାରତୀୟ ଗଣତନ୍ତ୍ରର ଶକ୍ତିକୁ ରାଜରାସ୍ତାକୁ ଆଣିଛି । ମୋଦି ଯେଉଁ ଗରୀବ କଲ୍ୟାଣ ନାରାକୁ ସୁଶାସନର ମେରୁଦଣ୍ଡ କରିଥିଲେ, ପୂର୍ବଭାରତର ବିକାଶକୁ ଶାସନର କେନ୍ଦ୍ରବିନ୍ଦୁକୁ ଆଣିଥିଲେ ସେହି ବର୍ଗର ଉଜ୍ଜଳ ପ୍ରତିନିଧି ଦ୍ରୌପଦୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିବ , ଆଦିବାସୀ, ଦଳିତ, ଶୋଷିତ ଓ ବଞ୍ଚିତ ମାଷ୍ଟରଷ୍ଟ୍ରୋକ୍ ଆଗରେ କେବଳ ମୋଦୀ ବିରୋଧୀମାନେ ୟୁଟର୍ଣ୍ଣ ନେଇନଥିଲେ ବରଂ ରାଜରାସ୍ତାରେ ମୋଦି ନିର୍ଣ୍ଣୟର ସାକାରତ୍ମକ ପ୍ରତିଛବି ଦେଖିବାକୁ ମିଳିଥିଲା ।
ଏବେ ପାର୍ଲାମେଣ୍ଟର ଐତିହାସିକ ସେଣ୍ଟ୍ରାଲ ହଲ୍ ପ୍ରସ୍ତୁତ । ରାମନାଥ କୋବିନ୍ଦଙ୍କୁ ଦିଆସରିଛି ବିଦାୟୀ ସମ୍ବର୍ଦ୍ଦନା । କେବଳ ଦାୟିତ୍ୱ ହସ୍ତାନ୍ତର ହେଲେ ଦ୍ରୌପଦୀ ହେବେ ସର୍ବେସର୍ବା । ଦେଶ ସେନାର ସୁପ୍ରିମ କମାଣ୍ଡର ଓ ସମ୍ବିଧାନର ସୁରକ୍ଷା କର୍ତ୍ତା ।
ଭାରତ ଖବର ଆହୁରି ପଢ଼ନ୍ତୁ ।