Headlines @ 7AM |3 July 2022| Argus News
ମିଜୋରାମରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୩
ଅର୍ଗସ ବ୍ୟୁରୋ: ମିଜୋରାମରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୩ ରହିଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ପକ୍ଷରୁ କୁହାଯାଇଛି । ସୂଚନାନୁସାରେ, ଆଜି ଅପରାହ୍ନ ୨ଟା ୨୮ମିନିଟ ସମୟରେ ଏହି ଭୂକମ୍ପ ଘଟିଥିବା ଏନସିଏସ୍ ସୂଚନା ଦେଇଛି ।
ବର୍ତ୍ତମାନ ସୁଦ୍ଧା ଏହି ଭୂମିକମ୍ପ ଜନିତ କୌଣସି ପ୍ରକାର କ୍ଷୟକ୍ଷତିର ଖବର ମିଳିନାହିଁ । ସୂଚନାନୁସାରେ, ମିଜୋରାମ ଚମ୍ପାଇ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ୨୩ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଏହାକୁ ନେଇ ଭୟଭୀତ ଅଛନ୍ତି ଲୋକେ ।
ଆଜିଠୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା

ଅର୍ଗସ ବ୍ୟୁରୋ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ। ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ଆଜିଠାରୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଆଡପ ଅବଢା । ବିଶ୍ବାସ ରହିଛି ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ୨ ବର୍ଷ ଧରି ଅଡ଼ପ ମଣ୍ଡପ ଦର୍ଶନ ବନ୍ଦ ଥିବାରୁ ଆଜି ଭକ୍ତଙ୍
Download Argus News App
