ଆରବିଆଇର ଗଭର୍ଣର ଶକ୍ତିକାନ୍ତ ଦାସ ବୁଧବାର ଦିନ ମୌଦ୍ରିକ ନୀତି ସମିତି (ଏମପିସି)ର ତିନି ଦିନ ଧରି ଚାଲିଥିବା ସମୀକ୍ଷା ବୈଯକ ପରେ ରେପୋ ରେଟରେ 0.25 ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଥିଲେ । ସେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏମପିସିର ଛଅ ଜଣ ସଦସ୍ୟ ମାନଙ୍କ ମଧ୍ୟରୁ ଚାରି ଜଣ ରେପୋ ରେଟ ବଢାଇବା ପକ୍ଷରେ ସହମତି ପ୍ରଦାନ କରିଛନ୍ତି ।
ସେ କହିଛନ୍ତି ଯେ ଜାନୁଆରୀ –ମାର୍ଚ 2023ରେ ଉପଭୋକ୍ତା ମୂଲ୍ୟ ସୂଚକାଂକ (ସିପିଆଇ) ଆଧାରିତ ମୁଦ୍ରାସ୍ଫିତି ହାର 5.6 ପ୍ରତିଶତ ରହିବାର ଅନୁମାନ ରହିଛି । ଗତ ବର୍ଷ ଏହି ସମୟରେ ଏହାର ହାର 5.9 ପ୍ରତିଶତ ରହିଥିଲା । ଆରବିଆଇ ଗଭର୍ଣର 2023-24 ଆର୍ଥିକ ବର୍ଷରେ ଜିଡିପି 6.4 ପ୍ରତିଶତ ରହିବ ବୋଲି ଅନୁମାନ କରିଛନ୍ତି ।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ