ବିହାରର ପ୍ରସିଦ୍ଧ ୟୁଟ୍ୟୁବ ମନୀଷ କଶ୍ୟପ ଆଜି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଲେ । ମନୀଷ କଶ୍ୟପ ଆଜି ଦିଲ୍ଲୀର ମୁଖ୍ୟ ପାର୍ଟି ଅଫିସରେ ପହଞ୍ଚିବେ ପରେ ତାଙ୍କୁ ବିଜେପି ସଦସ୍ୟତା ଦିଆଗଲା । ସେ ବିଜେପି ସାଂସଦ ମନୋଜ ତିୱାରୀଙ୍କ ସହ ଦିଲ୍ଲୀ ଯାଇଛନ୍ତି। ସେ କହିଛନ୍ତି ମୁଁ ମା’ଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଛି। ମୋର ଆଦର୍ଶ ଭାରତୀୟ ଜନତା ପାର୍ଟି ସହିତ ମେଳ ଖାଉଛି । ଏହାପୂର୍ବରୁ ସେ ପଶ୍ଚିମ ଚମ୍ପାରନ ଲୋକସଭା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।
ତେବେ ବର୍ତ୍ତମାନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏକ ବଡ ପଦକ୍ଷେପ ନେଇ ସେ ବିଜେପିରେ ଯୋଗଦେବାର ନିଷ୍ପତ୍ତି ନେଇଛନ୍ତି।ଏହାପୂର୍ବରୁ ମନୀଷ କଶ୍ୟପ ମଧ୍ୟ ସ୍ଵାଧୀନ ପ୍ରାର୍ଥୀ ଭାବରେ ଚାନପାଟିଆ ବିଧାନସଭା ଆସନରୁ ୨୦୨୦ରେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ବିଜେପିରେ ଯୋଗଦେବା ଖବରକୁ ନେଇ ମନୀଷ କଶ୍ୟପ ନିଶ୍ଚିତ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନୀଷ କଶ୍ୟପ କହିଛନ୍ତି ଯେ ତାଙ୍କର ଆଦର୍ଶ ବିଜେପିର ମେଳ ଖାଉଛି। ସେଥିପାଇଁ ସେ ବିଜେପିରେ ଯୋଗ ଦେଇଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର