ଚଳିତବର୍ଷ ମଧ୍ୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ପରିବେଷଣ କରିବା ପୂର୍ବରୁ ନାଲି ରଙ୍ଗର ସମ୍ବଲପୁରୀ ସିଲକ୍ ଶାଢ଼ୀ ପିନ୍ଧିଥିଲେ। ପୁଣି ଚର୍ଚ୍ଚାରେ ଓଡ଼ିଶାର ସମ୍ବଲପୁରୀ ଶାଢ଼ି। ଏହି ଶାଢ଼ିର ଚାହିଦା ବର୍ତ୍ତମାନ ଦେଶ ଏବଂ ଦେଶ ବାହାରେ ବେଶ ପ୍ରସିଦ୍ଧି ଲାଭ କରିଛି। ଭାରତରେ ନାଲି ରଙ୍ଗକୁ ସାହାସ, ଶକ୍ତିର ପ୍ରତୀକ ମାନିଥାଆନ୍ତି। ଅର୍ଥମନ୍ତ୍ରୀ ସବୁବେଳେ ହାତବୁଣା ଲୁଗା ପିନ୍ଧିବାକୁ ପସନ୍ଦ କରିଥାଆନ୍ତି। ଏହି ଶାଢ଼ି ପିନ୍ଧି ଅର୍ଥ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ହାତବୁଣା ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରଙ୍କୁ ପ୍ରୋତ୍ସାହନ ଦେବା।
ଅର୍ଥ ମନ୍ତ୍ରୀ ଆଜି ଯେଉଁ ସମ୍ବଲପୁରୀ ସିଲକ୍ ଶାଢ଼ି ପିନ୍ଧିଥିଲେ, ଦେଶରେ ସେହି ସିଲକ୍ ଶାଢ଼ିର ଆଦୃତି ରହିଛି। ଓଡ଼ିଶାରେ ଏହି ସିଲକ ଶାଢ଼ି ମଧ୍ୟରେ ସବୁଠାରୁ ଜଟିଳ କାମ ହେଉଛି ସମ୍ବଲପୁରୀ ସିଲକ୍ ଶାଢ଼ିରେ। ଏହି ଶାଢ଼ିରେ ହୋଇଥିବା ସବୁ କାମକୁ ହାତରେ ବୁଣାଯାଇଥାଏ। ବୁଣିବାକୁ ବହୁତ ସମୟ ମଧ୍ୟ ଲାଗିଥାଏ। ସେଥିପାଇଁ ଏହାର ଦାମ୍ ଖୁବ ଅଧିକା ହୋଇଥାଏ।