ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଚଳନ୍ତା ବସରେ ଲାଗିଲା ନିଆଁ, 5 ମୃତ

ଅର୍ଗସ ବ୍ୟୁରୋ : କର୍ଣ୍ଣାଟକ ଚିତ୍ରଦୁର୍ଗର ଏକ ଘରୋଇ ବସରେ ଅଗ୍ନିକାଣ୍ଡ ଘଟି 5 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ 27 ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଘରୋଇ ବସଟି ବେଙ୍ଗାଲୁରରୁ ବିଜୟାପୁରା ଯାଉଥିଲା। ଚିତ୍ରଦୁର୍ଗ ହାଇୱେରେ ଅଚାନକ ବସରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମୟରେ ବସରେ 32 ଜଣ ଯାତ୍ରୀ ଥିଲେ।
ସୂଚନାନୁଯାୟୀ, ମୃତକଙ୍କ ମଧ୍ୟରେ 2 ଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି। ଇଞ୍ଜିନରେ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ହରିୟୁରର ଏସପି ରାଧିକା ଘଟଣାସ୍ଥଳରେ ପହଞ୍ଚି ଯାଂଚ୍ କରୁଛନ୍ତି। ସ୍ଥାନୀୟ ପୁଲିସ ଏଫଆଇଆର ରୁଜୁ କରି ମାମଲାର ଯାଂଚ୍ କରୁଛି।
Download Argus News App
