ଧରାପଡ଼ିବା ପରେ ଛାତ୍ରମାନେ କହିଥିଲେ ଯେ, ଏସବୁ ଜିନିଷ ସେଠାରେ ଅନାବଶ୍ୟକ ଭାବେ ପଡ଼ିରହିଥିବା ଭାବି ଉଠାଇ ନେଇଥିଲେ । ପରେ ସବୁ ସାମଗ୍ରୀ ଫେରାଇ ଦେବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ କଲେଜର ଷ୍ଟାଣ୍ଡିଂ ପେନେଲ୍ ୫ ଜଣ ଛାତ୍ରଙ୍କୁ ପ୍ରଥମ ସେମିଷ୍ଟାର ପାଇଁ ରେଜିଷ୍ଟ୍ରେସନ କରିବାକୁ ମନା କରିଥିଲେ । ଏହାସହ ୫୦ ହଜାର ଟଙ୍କା ଲେଖାଏଁ ଫାଇନ ଲଗାଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ପରେ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକଙ୍କ ପାଖରେ ଗୁହାରି କରିବାରୁ ନିର୍ଦ୍ଦେଶକ ୩ ଜଣ ଛାତ୍ରଙ୍କୁ ରେଜିଷ୍ଟ୍ରେନସ ପାଇଁ ଅନୁମତି ଦେଇଥିଲେ ହେଁ ଫାଇନ ପୂରା ଦେବାକୁ କହିଥିଲେ । ପରେ ଦଣ୍ଡରୁ ବର୍ତ୍ତି ନଥିବା ଦୁଇଜଣ ଛାତ୍ର ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ପରୀକ୍ଷାରୁ ବାରଣ ନକରିବାକୁ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେବା ସହ ଦଣ୍ଡ ସ୍ବରୂପ ଏକ ବୃଦ୍ଧାଶ୍ରମରେ ପ୍ରତିଦିନ ୨ ଘଣ୍ଟା ଲେଖାଏଁ ୨ ମାସ ଯାଏଁ ଶ୍ରମଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।