ଆରବିଆଇ ଗଭର୍ଣ୍ଣର ଶକ୍ତି କାନ୍ତ ଦାସ୍ ଦେଶର ମନିଟାରି ପଲିସି ସମ୍ବନ୍ଧିୟ ବୈଠକରେ ଏହି ଘୋଷଣା କରିଛନ୍ତି । ଏହା ସହିତ ଲଗାତାର ୫ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬.୫%ରେ ରେପୋ ରେଟ ଅପରିବର୍ତ୍ତିତ ରହିବା ସହିତ ଷ୍ଟାଣ୍ଡିଂ ଡିପୋଜିଟ ସୁବିଧା ହାର ୬.୨୫ % ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ସୁବିଧା ହାର ଏବଂ ବ୍ୟାଙ୍କ ହାର ୬.୭୫% ରେ ରହିଥିବା ସୂଚନା ଦେଇଛନ୍ତି ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।