ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ଅନୁସାରେ ଆୟୁର୍ବେଦରେ ମଧୁମେହ ରୋଗୀଙ୍କୁ ଲବଙ୍ଗ ଖାଇବାକୁ ପରାମର୍ଶ ଦିଆଯାଇଛି। ଆପଣ ଦିନ ହେଉ କି ରାତି ଏବଂ ଶୋଇବା ସମୟରେ ମଧ୍ୟ ଲବଙ୍ଗ ଗୋଟିଏ ପାଟିରେ ପକାଅନ୍ତୁ। ଏହା କରିବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ। 'ଅପ୍ରେଲ ୨୦୧୭ରେ ପବମେଡ' ଦ୍ୱାରା ପ୍ରକାଶିତ ଏକ ଅନୁସନ୍ଧାନରେ ଲବଙ୍ଗ ଏବଂ ମଧୁମେହ ମଧ୍ୟରେ ଏକ ସ୍ପଷ୍ଟ ସମ୍ବନ୍ଧ ବର୍ଣ୍ଣନା କରାଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ ପାଟିରେ ଲବଙ୍ଗ ରଖିବାର ଅଭ୍ୟାସ ଥାଏ ଲବଙ୍ଗ ସେମାନଙ୍କ କୋଷରୁ ଚିନି ଶୋଷିଥାଏ ଏବଂ ଇନସୁଲିନ୍ ସ୍ତର ବଢାଇଥାଏ। ଏହି କାରଣରୁ ସୁଗାର ସ୍ତର ସାମାନ୍ୟ ରହିଥାଏ।
ବ୍ଲଡ ସୁଗାର ଲେବଲ ବଢିଲେ ବିପଦ ସୃଷ୍ଟି ହୋଇଥାଏ
ଯେତେବେଳେ ଶରୀରର ବ୍ଳଡ ସୁଗାର ଲେବଲ ବଢିଯାଏ ସେତେବେଳେ ଏହା ପରିଶ୍ରା ଦ୍ୱାରା ବାହାରି ଯାଇଥାଏ। ଏପରି ହେଲେ କିଡନୀ ଏବଂ ୟୁରିନ ବ୍ଲେଡରରେ ଜମା ହେବାର ବିପଦ ରହିଥାଏ। ଯେଉଁଠି ବ୍ୟାକ୍ଟେରିଆ ଜମା ହୋଇଯାଇଥାଏ।
କଣ ଏହି ଡାଇବେଟିସ୍ ? ଏହି ଫୁଡ୍ସ ଆଇଟମ୍ସ ଠାରୁ ଦୂରରେ ରହୁନ୍ତୁ
ମଧୁମେହ ହେଉଛି ଏକ ମେଟାବୋଲିକ୍ ରୋଗ ଯେଉଁଥିରେ ରକ୍ତରେ ଗ୍ଲୁକୋଜର ମାତ୍ରା ବଢିଯାଇଥାଏ। ଏହା ସେତେବେଳେ ହୋଇଥାଏ ଯେତେବେଳେ ଶରୀରରୁ ଇନ୍ସୁଲିନ୍ ର ସ୍ତର କମି ଯାଇଥାଏ। ଏମିତିରେ ବି ସବୁବେଳେ ଇନ୍ସୁଲିନ ସୃଷ୍ଟି ହୋଇଥାଏ । କିନ୍ତୁ ଶରୀର ଏହାକୁ ବ୍ୟବହାର କରିବାରେ ସକ୍ଷମ ହୁଏ ନାହିଁ । ଚାଉଳ, ବ୍ରେଡ, ନୁଡୁଲ୍ସ , ଚିନି, ସେଚୁରେଟେଡ ସୁଗାର , ରିଫାଇଣ୍ଡ କାର୍ବ୍ସ, ଆଳୁ, ଜଙ୍କ ଫୁଡ୍ ଭୋଜନ କରିବା ଦ୍ୱାରା ବ୍ଲଡ ସୁଗାର ହଠାତ୍ ବଢିପାରେ।
ଅଧିକ ପଢନ୍ତୁ ଭାରତ ଖବର