ମଣିଷ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନ୍ହାଇଟ୍ କିମ୍ୱା ୩୭ ଡିଗ୍ରୀ ସେଲସିୟସ ପାଖାପାଖି ହୋଇଥାଏ। ଇଂଲଣ୍ଡର ରୋହମ୍ପଟନ୍ ବିଶ୍ୱବିଦ୍ୟାଳୟରେ ଏକ ରିସର୍ଚ୍ଚ ଅନୁସାରେ, ହ୍ୟୁମାନ ବଡି ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସହିପାରେ। ୪୦ ଡିଗ୍ରୀ ସେଲସିୟସ ପରେ ଶରୀର ତାପମାତ୍ରା ସହ୍ୟ କରିବାର କ୍ଷମତା ହରାଇଥାଏ। କୁହାଯାଏ କି ୪୦ ଡିଗ୍ରୀ ସେଲସିୟସ ହ୍ୟୁମାନ ବଡି ପାଇଁ ରେଡ୍ ସିଗନାଲ। ଏତେ ତାପମାତ୍ରାରେ ଆମ ଚର୍ମରୁ ଝାଳ ଅତି ଶୀଘ୍ର ବାଷ୍ପୀଭୂତ ହେବାକୁ ଲାଗେ ।
ଯେତେବେଳେ ଶରୀରର ତାପାମତ୍ରା ନର୍ମାଲ ଟେମ୍ପରେଚରଠାରୁ ଅଧିକ ହୋଇଯାଏ, ସେତେବେଳେ ଶରୀରର ମେଟାବୋଲିକ୍ ହାର ବହୁତ ବଢ଼ିଥାଏ। କାହିଁକିନା ଆମ ବଡିକୁ ନର୍ମାଲ ଟେମ୍ପରେଚର ମେଣ୍ଟେନ କରିବା ପାଇଁ ଅଧିକ ଏନର୍ଜି ଖର୍ଚ୍ଚ କରିବା ପାଇଁ ପଡିଥାଏ। ଡାକ୍ତରୀ ଭାଷାରେ ଏହାକୁ 'ଉତ୍ତାପ ଚାପ ପରିଚାଳନା' କୁହାଯାଏ ।
ଅଧିକ ପଢ଼ନ୍ତୁ ଦେଶ ଖବର: