ଘଟଣାରେ ୧୨ ବର୍ଷ ପରେ...
ଲଭ-ସେକ୍ସ ଆଉ ଧୋକାର ଏ କାହାଣୀର ମୁଖ୍ୟ ଚରିତ୍ର ମନୋଜ ବର୍ମା। ଆପଣଙ୍କ ସମ୍ମୁଖରେ ଦୃଶ୍ୟାୟିତ ହେଉଥିବା ଏ ଚରିତ୍ର ସେଇ ମନୋଜଙ୍କର। ଯିଏ ଏବେ ୧୨ ବର୍ଷର ଜେଲ ଦଣ୍ଡ କାଟି ଫେରିଛନ୍ତି। ସ୍ବାଭାବିକ ଜୀବନ ବଞ୍ଚିବାକୁ ତାଙ୍କ ଅବିରତ ପ୍ରଚେଷ୍ଟା ଭିତରେ ଫେରି ପାଇଛନ୍ତି ନିଜ ବିକୃତ ଅତୀତକୁ।
ସୀମା ଏବେ ପ୍ରେମିକ ସହ ରହୁଛି। ବେସ୍ ଖୁସିରେ। ଦେହ, ଦହନ ସବୁ ଦେଖୁଛି ପ୍ରେମିକ ଆଖିରେ। ହେଲେ ମନୋଜ ? ମନୋଜ ପାଇଛି ମିଛ ପାପର ଦଣ୍ଡ। ପତ୍ନୀହନ୍ତାର ଅରୋପ। ୧୨ ବର୍ଷର ସଶ୍ରମ କାରାଦଣ୍ଡର ବର୍ବର ଅନୁଭୁତି।
ଦର୍ଶକବନ୍ଧୁ, ଏତେସବୁ ଶୁଣିବା ପରେ ଆପଣ ଘଟଣାର ସତ୍ୟତାକୁ ପରଖିବାକୁ ଚେଷ୍ଟା କରୁଥିବେ। ଏ ଧୋକାର କାହାଣୀଟା ଉତ୍ତରପ୍ରଦେଶର। ମଣିଷ ମନର ଘୃଣା କେତେ ତୀବ୍ର ହେଇପାରେ ସେ କଥା ଆପଣ ଏହି ଘଟଣାରୁ ଅନୁମାନ କରିପାରିବେ।
ପୂରା ଘଟଣା ଜାଣିବାକୁ ଆମ ୧୨ ବର୍ଷ ତଳକୁ ଫେରିବାକୁ ପଡିବ। ଆମେଠିରେ ରହୁଥିବା ମନୋଜ ବର୍ମାଙ୍କ ସ୍ତ୍ରୀ ସୀମା ନିଖୋଜ ହେଇଯାଆନ୍ତି। ତାରିଖ, ମାର୍ଚ୍ଚ ୧୨, ୨୦୧୧। ଶଶୁର ଘର ଲୋକେ ଅଭିଯୋଗ କରନ୍ତି ମନୋଜ ଆମ ଝିଅକୁ ମାରି ଦେଇଛି। ପୁଲିସ କେସ ରୁଜୁ କରେ। ଆରମ୍ଭ ହୁଏ ତଦନ୍ତ। ନିଜେ ପତ୍ନୀଙ୍କୁ ମାରି ନ ଥିବାର ସମସ୍ତ ପ୍ରମାଣ ଯୋଗାଡ କରି ମଧ୍ୟ ମନୋଜ ଅନ୍ଧ କାନୁନର ନିକିତରେ ଉପରକୁ ଉଠିଜାନ୍ତି। ହାରିଯାଏ ପକ୍ଷ। କୋର୍ଟ ପତ୍ନୀ ହତ୍ୟା ଅଭିଯୋଗରେ ତାଙ୍କୁ ଦିଏ ୧୨ ବର୍ଷର ସଶ୍ରମ କାରାଦଣ୍ଡ।
୧୨ ବର୍ଷ ଗୋଟାଏ ଯୁଗର ଅବସାନ। ମନୋଜ ସ୍ବାଭାବିକ ଜୀବନକୁ ଫେରୁଥାନ୍ତି। ସୀମାଙ୍କ ବାପଘର ରାୟବରେଳିକୁ ଯିବାକୁ ମନେ କରନ୍ତି। ଆଉ ସେଇଠି ସେ ଅନୁଭବ କରନ୍ତି, ୧୨ ବର୍ଷର ଦଣ୍ଡ ତାଙ୍କୁ ବିନା ଦୋଷରେ ମିଳିଛି। ବଞ୍ଚିଛନ୍ତି ସୀମା। ପ୍ରେମିକ ସହ ଘର ସଂସାର କରି ବଡ଼ ସୁଖରେ ହସୁଛନ୍ତି।
ଯାହା ଦେଖିଲେ ସେଥିରେ ପାଦ ତଳର ମାଟି ଖସିଗଲା। ଆଉ ଏବେ ପୁଣି ଆଇନ୍ ମୁହାଁ ମନୋଜ। ହଜିଯାଉଥିବା ସମୟ, ଭୋଗିଥିବା ଦଣ୍ଡ, ଅପସରିଯାଇଥିବା ସମ୍ମାନ ଆଉ ଫେରିବନି। ତଥାପି ଆଇନ୍ ଉପରେ ତାଙ୍କର ଭରସା ଅଛି, ଏହା ତାଙ୍କର ଶେଷ କଥା।