ପ୍ରଥମେ ପ୍ରଥମେ ସେମାନଙ୍କୁ ସମାଜ ଗ୍ରହଣ କରିନଥିଲା । ଯେହେତୁ ଏଇଟା ପୁରୁଷଙ୍କ କାମ, ସେଥିପାଇଁ ସେମାନେ ପ୍ରଥମେ ଏହାକୁ ନାପସନ୍ଦ କରୁଥିଲେ। ପରେ ସେମାନଙ୍କ ପରିବାର ଏବଂ ସମାଜ ସେମାନଙ୍କ କାମକୁ ପସନ୍ଦ କରିବା ସହ ସେମାନଙ୍କୁ ସପୋର୍ଟ କରିଥିଲେ । ତେବେ ‘ଉମିଦ’ ଯୋଜନା ଦ୍ବାରା ଗ୍ରାମୀଣ ଜୀବିକା ମିଶନରେ ମହିଳାମାନେ ଅନେକ କିଛି ନୂଆ କରିବାକୁ ଚେଷ୍ଟା କରିଛନ୍ତି । ପ୍ରଥମଥର ପାଇଁ ସେମାନେ ନିଜେ ଖାଇବା ପ୍ରସ୍ତୁତ କରିବା ସହ ତିଆରି କରୁଛନ୍ତି । ଯାହାକୁ ଦେଖିବାକୁ ସ୍ଥାନୀୟ ଲୋକାମାନେ ମଧ୍ୟ ସେଠାକୁ ଆସିଛନ୍ତି।ମହିଳାମାନଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି । ଯାହାଦ୍ବାରା ମହିଳାମାନେ ନିଜେ କାମ କରିବା ଆରମ୍ଭ କରିଛନ୍ତି । ସେମାନେ ମଧ୍ୟ ଅନ୍ୟ ମହିଳାମାନଙ୍କୁ ଆଗକୁ ବଢିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି ମହିଳାମାନଙ୍କ ଭିତରେ ଯାହା ପ୍ରତିଭା ଅଛି ତାକୁ ସେମାନେ ପ୍ରକାଶ କରିବା ଉଚିତ।
ଏହି ଯୋଜନା ଦ୍ବାରା କାଶ୍ମୀରରେ ଆହୁରି ଅନେକ ଗ୍ରାମୀଣ ଅଞ୍ଚଳର ମହିଳା ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି । ଏବଂ ଅନ୍ୟମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରିଛନ୍ତି ।