ବିଶେଷ କରି ୭ ଟି ପ୍ରମୁଖ ସେକ୍ଟର ଉପରେ ଫୋକସ୍ ରଖାଯାଇଛି । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ,ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟର କୁ ଅଧିକ ଫୋକସ୍ କରାଯାଇଛି । ସେହିପରି ମେକଇନ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀର କଣ୍ଟ୍ରି ପାର୍ଟନର ରଖା ଯାଇଥିବା ବେଳେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ କମ୍ପାନୀ ଗ୍ରୁପ ଭଳି ବଡ଼ ବଡ଼ ଶିଳ୍ପ ପତି ଯୋଗ ଦେଇଛନ୍ତି । ତେବେ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ବକ୍ତବ୍ୟ ରେ କହିଛନ୍ତି ଆଗାମୀ ଦିନରେ ଓଡିଶା ହେବ ଶିଳ୍ପ ସମୃଦ୍ଧ ରାଜ୍ୟ।
ଏହାଭିତରେ ମେକଇନ ଓଡିଶା କାର୍ଯ୍ୟକ୍ରମ ପାଇଁ ଅନେକ ନୂଆ ପଲିସିକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ଦେଇଛି । ନୂଆ ଶିଳ୍ପ ନୀତି ସମେତ ନୂଆ ପର୍ଯ୍ୟଟନ ନୀତି, ଓଡିଶା ଲଜିଷ୍ଟିକ ପଲିସି 2022, ବେସାମରିକ ବିମାନ ଚଳାଚଳ ନୀତି, ନୂଆ ଖାଦ୍ୟ ପ୍ରକ୍ରିୟା କରଣ ନୀତି ଓ ନୂଆ ରପ୍ତାନି ନୀତିକୁ ବି କ୍ୟାବିନେଟ ଅନୁମୋଦନ ମିଳିଛି ।