ଜୟପୁର: ରାଜ୍ୟରେ ସରକାର ବଦଳିବାର ସମୟ ଆସିଛି । ଓଡିଶା ଓ ଭାରତକୁ ମଜବୁତ କରିବାର ସମୟ ଆସିଛି । ୧୦ ପାଦ ଚାଲିବା ପାଇଁ ୧୦ ମିନିଟ ଲାଗୁଥିବା ସରକାର ଦରକାର ନାହିଁ । ବିଜେଡି ବିକାଶ ପାଇଁ ସମୟ ନେଇଛି । ଭରସା ଭାଙ୍ଗିଛି । ଏଥିପାଇଁ ଦଣ୍ଡ ମିଳିବା ଦରକାର । ଏହି ସୁଯୋଗ ହାତଛଡା କରିବା ଅନୁଚିତ । ରାଜ୍ୟ ସରକାର ହଟିବା ଦରକାର ବୋଲି ଜୟପୁରରେ ଆୟୋଜିତ ବିଶାଳ ଜନସମାବେଶରେ ଆହ୍ୱାନ ଦେଇଛନ୍ତି ମୋଦି ।
ଯେଉଁ ସରକାର ନକ୍ସଲ ହିଂସା ନିୟନ୍ତ୍ରଣ କରିପାରୁ ନାହାନ୍ତି ତାଙ୍କୁ ଦଣ୍ଡ ମିଳୁ । ୨୦୧୯ ନିର୍ବାଚନ ସାଂସଦ ଏବଂ ବିଧାୟକ ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଂଜିନ ଲଗାଉଥିବା ନିର୍ବାଚନ । ଭୋଟରେ ବିଜେପିକୁ ଭୋଟ ଦିଅନ୍ତୁ । ବିଜେପି ହିଁ ରାଜ୍ୟର ବିକାଶ କରିପାରିବ । ଏହା ଆପଣଙ୍କ ଚୌକିଦାର କରିବ । ଥରଟେ ସୁଯୋଗ ଦେଇ ଦେଖାନ୍ତୁ । ଯେତେବେଳେ ଆମେ ଏବଂ ଆପଣ ମିଶି ସଜାଗ ରହିବୁ ସମସ୍ତ ଭ୍ରଷ୍ଟାଚାରୀ ଡରିବେ । ଏହି କାମ ପାଇଁ ମୋଦି ଆପଣଙ୍କ ସହ ରହିଛନ୍ତି । ଓଡ଼ିଶା ଓ ଭାରତକୁ ମଜବୁତ ସରକାର ନା ଦୁର୍ବଳ ସରକାର ଦରକାର? ଆପଣଙ୍କ ଭରସା ଭାଙ୍ଗିଥିବା ବିଜେଡିକୁ ସଜା ଦିଆଯିବା ଦରକାର ବୋଲି ମୋଦି କହିଛନ୍ତି ।
