ନବ ନିର୍ବାଚିତ ସାଂସଦମାନଙ୍କୁ ସ୍ବାଗତ ଜଣାଇବା ସହିତ ଭାରତୀୟ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଜଣାଇଥିଲେ ରାଷ୍ଟ୍ରପତି । ଦେଶରେ ପୁଣି ଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି । ଦେଶରେ 10ବର୍ଷ ସୁଶାସନ ଉଫରେ ଏହା ଲୋକଙ୍କ ମୋହର ବୋଲି ସେ କହିଛନ୍ତି ।କାଶ୍ମୀରରେ ହୋଇଥିବା ରେକର୍ଡ ମତଦାନ କଥା ମନେପକାଇଥିଲେ ରାଷ୍ଟ୍ରପତି । କହିଥିଲେ ଏଥର କାଶ୍ମୀରରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ବିଗତ 4 ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ ରହୁଥିଲା । ଭାରତର ଶତ୍ରୁମାନେ କହୁଥିଲେ ଏହା ହିଁ କାଶ୍ମୀର ବାସୀଙ୍କ ମତ । କିନ୍ତୁ ବାସ୍ତବତା କଣ ତାହା ଏହି ନିର୍ବାଚନରେ ପ୍ରତିପାଦିତ ହୋଇଛି ।
ଅର୍ଥନୀତିରେ ଦେଶ ବିଶ୍ବର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ଦେଶର ଅଭିବୃଦ୍ଧି ହାର 8 ପ୍ରତିଶତ ରହିଛି । ବିଶ୍ବ ଅର୍ଥନୀତିରେ ଭାରତ ତୃତୀୟ ସ୍ଥାନରେ କିପରି ପହଂଚିବ ସେନେଇ ପ୍ରୟାସ ଜାରି ରହିଛି । ବିଶ୍ବରେ ସବୁ କ୍ଷେତ୍ରରେ ଭାରତ ନେତୃତ୍ବ ନେଉଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ବ ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।ଆଗାମୀ ବଜେଟରେ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ । ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ । ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି । ମୋ ସରକାର ଆରମ୍ଭରୁ ଏମ୍ଏସ୍ପି ବୃଦ୍ଧି କରିଛନ୍ତି । ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଦେଶର 25 କୋଟି ନାଗରିକଙ୍କ ଗରିବୀ ଦୂର କରିଛି ମୋ ସରକାର । 3 କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ହୋଇଛି । ଆଜି 80 କୋଟି ଲୋକଙ୍କୁ ମାଗଣାରେ ରାସନ୍ ଯୋଗାଯାଉଛି ବୋଲି କହିଛନ୍ତି ରାଷ୍ଟ୍ରପତି ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଜାରି ରହିଛି । ୟୁପି, ତାମିଲନାଡୁରେ ଦୁଇଟି ଡିଫେନ୍ସ କରିଡର ହେଉଛି । ଓ୍ବାନ୍ ର୍ୟାଙ୍କ, ଓ୍ବାନ୍ ପେନ୍ସନ୍ ନୀତି ଲାଗୁ କରାଯାଇଛି । 70 ପ୍ରତିଶତ ପ୍ରତିରକ୍ଷା ଉପକରଣ ଦେଶର ବିଭିନ୍ନ କଂପାନୀରୁ କିଣାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ HAL ପୂର୍ବ ଅପେକ୍ଷା ଅଧିକ ମଜଭୁତ ହୋଇଛି । ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି । ରାଜ୍ୟର ବିକାଶରେ ଦେଶର ବିକାଶ ଏହି ବିଶ୍ବାସରେ ଆଗକୁ ବଢ଼ିବା ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ।
ଅଧିକ ପଢ଼ନ୍ତୁ ଦେଶ ଖବର: