ଖଣି, ପାଣି, ଉର୍ବର ଜମି ଓ ଜଙ୍ଗଲ। ସବୁ ସମ୍ପଦରେ ଭରପୁର ଓଡ଼ିଶା। ଏତେ ସମୃଦ୍ଧ ପ୍ରଦେଶ। ତଥାପି କାହିଁକି ଗରିବ ଓଡ଼ିଆ ? ଓଡ଼ିଶାକୁ କିଏ କରୁଛି ନଷ୍ଟ ? ଓଡ଼ିଆ ଯୁବକଙ୍କ ସ୍ବପ୍ନକୁ କିଏ କରୁଛି ଧୂଳିସାତ ? ନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କର ଦୁରବସ୍ଥା ପାଇଁ ବିଜୁ ଜନତା ଦଳ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ଭ୍ରଷ୍ଟାଚାରୀଙ୍କ କବଜାରେ ବିଜେଡି ସରକାର। ନବୀନ ପଟ୍ଟନାୟକଙ୍କ ତୃତୀୟ ମହଲା କାର୍ଯ୍ୟାଳୟ ଓ ନବୀନ ନିବାସ ଉଭୟକୁ କବଜା କରି ରଖିଛନ୍ତି ମୁଷ୍ଟିମେୟ ଭ୍ରଷ୍ଟାଚାରୀ।
ପାଣ୍ଡିଆନଙ୍କ ସହ ବିଜେଡି ଶାସନର ସବୁ ଶ୍ରେୟ ମୁଣ୍ଡାଇଥିଲା 5ଟି । କୁହାଯାଏ ପ୍ରକୃତ 5ଟି ହେଉଛନ୍ତି 5 ଜଣ ତାମିଲ। ସେମାନେ ହେଲେ ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍। ଏହି 5 ତାମିଲ ପାଲଟିଥିଲେ ଓଡ଼ିଶା ପାୱାର କରିଡରର ସର୍ବଶକ୍ତିମାନ। ପରୋକ୍ଷରେ 5ଟି ମାଫିଆଙ୍କୁ ଟାର୍ଗେଟ୍ କରିବା ସହ ମୋଦି କହିଥିଲେ ଓଡ଼ିଶାରେ ବିଜେପି ସରକାର ଭାଙ୍ଗି ଦିଆଯିବ ଓଡ଼ିଶାର ସବୁ ଉପରେ କବଜା କରିଥିବା ମାଫିଆର ଅଣ୍ଟା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର