ଶପଥ ଗ୍ରହଣ ପୂର୍ବରୁ ନୁଆ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି...ପ୍ରତିଦିନ ଶହ ଶହ ସଂଖ୍ୟାରେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ପାଉଛନ୍ତି.. ଏବେ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବା ଖବର ପରେ ସମସ୍ୟା ସମାଧାନ ଦିଗରେ ସାଧାରଣ ଲୋକଙ୍କ ଭିତରେ ନୂଆ ଆଶା ସଂଚାର ହୋଇଛି
ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୂର୍ବରୁ ଆଜି ଅଭିଯୋଗ ପ୍ରକୋଷ୍ଠର ସ୍ଥିତି ଯାଞ୍ଚ କରିଛନ୍ତି ସାଧାରଣ ପ୍ରଶାସନ ବିଭାଗର ଅଧିକାରୀଙ୍କ ଟିମ୍ । ଅଭିଯୋଗ ନେଇ ଆସୁଥିବା ଲୋକ ମାନଙ୍କ ପାଇଁ ପ୍ରତୀକ୍ଷାଳୟ ସବୁ ପ୍ରସ୍ତୁତ କରାଯାଉଛି । ପ୍ରଥମେ ଅଭିଯୋଗକାରୀ ମାନଙ୍କର ପଞ୍ଜୀକରଣ କରାଯିବ । ପଞ୍ଜୀକରଣ ହେବା ପରେ ୪୦ରୁ ୫୦ ଜଣ ଭିତରେ ଲୋକଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ଛଡା ଯିବ । ଲୋକଙ୍କ ପାଇଁ ବସିବା, ପାନୀୟ ଜଳ, ଶୌଚାଳୟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ୧୦୦୦ ରୁ ୧୨୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ରହିଛି ।
ଶେଷ ଥର ପାଇଁ ୨୦୦୮ ଅଗଷ୍ଟ ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ । ୨୦୦୮ରୁ ୨୦୨୪, ୧୬ ବର୍ଷ ଭିତରେ ଦିନେ ହେଲେ ବି ଅଭିଯୋଗ ପ୍ରକୋଷ୍ଠ ଦୁଆର ମାଡି ନଥିଲେ ନବୀନ ପଟ୍ଟନାୟକ । ସବୁଠୁ ଦୁର୍ଭାଗ୍ୟଜନକ କଥା ଏହା ଯେ, ୨୪ ବର୍ଷର ଶାସନ ଭିତରେ ମାତ୍ର ୭୬ ଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗସ୍ତ କରିଥିଲେ ନବୀନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର