ଦର୍ଶକବନ୍ଧୁ ,ଶିକ୍ଷା କେବଳ ଏକ ପୁସ୍ତକ ଭିତରେ ସୀମିତ ନଥାଏ,କି କେବଳ ଜଣେ ଅଧିକ ଅଧ୍ୟୟନ କଲେ ଏକ ସଚ୍ଚୋଟ ମଣିଷ ହୋଇ ପାରେନି । ଆମ ପରିବାର ଆମ ସମାଜରୁ ଯେଉଁ ଶିକ୍ଷା ଆଉ ସଂସ୍କାର ମିଳିଥାଏ ତାହା ଏକ ମଣିଷକୁ ଏକ ସଫଳ ବ୍ୟକ୍ତି ଭାବେ ଗଢି ତୋଳିଥାଏ । ତେଣୁ ଶିକ୍ଷା ଏକ ମଣିଷକୁ ଜୀବନରେ ଉନ୍ନତି କରିବାର ଦିଗ ଦର୍ଶାଇଥାଏ । ଜଣେ ବ୍ୟକ୍ତି ଜଣେ ସଚ୍ଚୋଟ ମଣିଷ ହେବା ପଛରେ ତାର ପରିବାରର ସଂସ୍କାର ଓ ଶିକ୍ଷା ରହିଥାଏ । ଶିକ୍ଷା କେବଳ ମଣିଷକୁ ରୋଜଗାର କରିବାର କ୍ଷମତା ଦେଇନଥାଏ, ଏହା ମଣିଷକୁ ଏକ ସଫଳ ବ୍ୟକ୍ତିତ୍ବର ପରିଚୟ ଦେଇଥାଏ । ସେଥିପାଇଁ ପ୍ରତିବର୍ଷ ଜାନୁଆରୀ ୨୪କୁ ଆନ୍ତର୍ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହାର ଥିମ ରହିଛି କି ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉ । ଶିକ୍ଷାକୁ ପ୍ରାଧାନ୍ୟ ଦିଆଗଲେ ହିଁ ଦେଶ ବିକାଶ ପଥରେ ଆଗେଇବା ସହ ଦେଶର ଶାନ୍ତି ମୈତ୍ରୀ ସ୍ଥାପିତ ହେବ ।
ଦେଶରେ ଅନେକ ଲୋକ ଅନେକ ଅଞ୍ଚଳରେ ଆଜି ବି ଅଶିକ୍ଷିତ । ଅନେକ ମହିଳାଙ୍କୁ ଆଜିବି ପାଠ ପଢିବାକୁ ସୁଯୋଗ ଦିଆଯାଉନାହିଁ । ସେହି ଅଞ୍ଚଳ ଗୁଡିକରେ ଶିକ୍ଷାକୁ ନିଶ୍ଚିତ ଭାବେ ପ୍ରାଧାନ୍ୟ ଦିଆଯିବା ଉଚିତ ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ