ଫଳରେ ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏବେ ସରକାର ନରମ ମନୋଭାବ ପୋଷଣ ପୂର୍ବକ ମୋରାଲ ପୁଲିସିଂ ବ୍ୟବସ୍ଥା ହଟାଇ ଦେଇଛନ୍ତି।ହିଜାବକୁ ବାଧ୍ୟତାମୂଳକ ବି କରାଯାଇଥିଲା। ତମାମ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏଭଳି ସ୍ଥିତିରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ‘ମୋରାଲିଟି ପୁଲିସ ‘ ବ୍ୟବସ୍ଥା ହଟାଇ ଦେଇଛନ୍ତି।
ଆନ୍ଦୋଳନ ଉଗ୍ର ରୂପ ନେଲା, ସରକାର ନେଲେ କଠୋର କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ: ଥମୁନି ହିଜାବ ବିରୋଧୀ ଆନ୍ଦୋଳନ।୨ ମାସ ଧରି ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଚଳିତବର୍ଷ ସେପ୍ଟେମ୍ୱର ୧୬ରେ ୨୨ ବର୍ଷୀୟା ଯୁବତୀ ମହସା ଅମିନୀଙ୍କ ହାଜତ ମୃତ୍ୟୁ ପରେ ଦେଶବ୍ୟାପୀ ହିଜାବ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଥିଲା।ଆନ୍ଦୋଳନ ଉଗ୍ର ରୂପ ନେବାରୁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଥଇଲେ।
Download Argus News App
