ପୁଷ୍କକ RLV କୁ 4.5 କିଲୋମିଟର ଉଚ୍ଚତାରେ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ଅବତରଣ କରାଯାଇଥିଲା । ଏହାପରେ ପୁଷ୍କକ ସ୍ବୟଚାଳିତ ପ୍ରକ୍ରିୟାରେ ନିଜର ଗତିପରିବର୍ତ୍ତନ କରି ରନଓ୍ବେକୁ ଛୁଇଁଥିଲା । ଲ୍ୟାଣ୍ଡିଂ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୨୦ କିମି ରହିଥିଲା । ପରେ ଏହା ହ୍ରାସ ପାଇ ଘଣ୍ଟାପ୍ରତି ୧୦୦ କିଲୋମିଟରକୁ ଖସିଥିଲା । ଧୀରେ ଧୀରେ ପାରାଚୁଟ୍ ବ୍ରେକ୍ ଦ୍ବାରା ରନଓ୍ବେ ଉପରେ ସ୍ଥିର ରହିଥିଲା ପୁଷ୍କକ। ଏହି ମିଶନ ଦ୍ବାରା ଇସ୍ରୋ ମହାକାଶରୁ ଆସୁଥିବା ଯାନଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ମହାକାଶରୁ ଆସୁଥିବା ଯାନ ଗୁଡିକ ଅତି ଅଧିକ ବେଗରେ ପୃଥିବୀ ଆଡକୁ ଆସିଥାନ୍ତି । ସେହି ଯାନଗୁଡିକୁ ନିୟନ୍ତ୍ରିତ କରି ଏହାକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରିବା ପାଇଁ ଟାର୍ଗେଟ୍ ରଖିଛି ଇସ୍ରୋ । ପୁଷ୍କକର ଏହି ଜଟିଳ ପ୍ରକ୍ରିୟା ସଫଳତାର ସହ ପରୀକ୍ଷା କରାଯାଇଥିବାରୁ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଚେୟାରମ୍ୟାନ୍ ଏସ. ସୋମନାଥ।
ଅଧିକ ପଢ଼ନ୍ତୁ ଦେଶ ଖବର: