ଏହା ଆମେ କହୁନୁ, କହୁଛନ୍ତି ସ୍ଥାନୀୟ ଅଂଚଳ ଲୋକେ। ଚର୍ଚ୍ଚା ହେଉଛି ଟନେଲ ନିର୍ମାଣ ସମୟରେ ବାବା ଭୋକ ନାଗଙ୍କ ମନ୍ଦିର ଭାଙ୍ଗି ଥିବାରୁ କ୍ରୋଧିତ ଅଛନ୍ତି ବାବା ଭୋକ ନାଗ । ଯେଉଁଥିପାଇଁ ଏହି ଅଘଟଣ ହେଇଛି। ଯେଉଁଥିପାଇଁ ଉଦ୍ଧାର ହେଇପାରୁନାହାଁନ୍ତି ଶ୍ରମିକ। ତେଣୁ ଖୁବ ଶୀଘ୍ର ସମସ୍ତ ଅଧିକାରୀ ବାବା ଭୋକ ନାଗ ଙ୍କୁ କ୍ଷମା ମାଗିବା ପରେ ସମସ୍ତ ଶ୍ରମିକ ଶୀଘ୍ର ବାହାରକୁ ଆସିପାରିବେ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଭି କେ ସିଂ ପହଂଚି ବାବା ଗୋଖନାଥଙ୍କୁ ପାର୍ଥନା କରିଛନ୍ତି କିଭଳି ସମସ୍ତ ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ବୋଲି। ନିର୍ମାଣଧୀନ ଟନେଲରୁ ବାବା ଭୋକନାଗଙ୍କ ମୁଖ୍ୟ ମନ୍ଦିର ପାଖାପାଖି ୪୦କିଲୋମିଟର। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେତୁ ସୀଲକୟାରା ଟନେଲର ପ୍ରୋଜେକଟ ମ୍ୟାନେଜର ରାଜେଶ ପାୱାର ବାବା ଗୋଖନାଥଙ୍କ ପାଖକୁ ଯାଇ କ୍ଷମା ମାଗିବା ସହ ଶ୍ରମିକଙ୍କ ମୁକ୍ତି ପାଇଁ ପାର୍ଥନା କରିଥିଲେ।
ଅଧିକ ଦେଖନ୍ତୁ :