ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଭଗବାନ ଦାସ ଗୁପ୍ତା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦାର ଅତରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଗାରିମା ସିଂହ ପୂରା ଘଟଣାର ତଦନ୍ତ କରିବେ। ତାଙ୍କ ଅଧୀନରେ ତଦନ୍ତକାରୀ ଟିମ ଘଟଣାର ବିସ୍ତୃତ ତଥ୍ୟ ହାସଲ କରିବ। ମାସକ ମଧ୍ୟରେ କେମିତି ତଦନ୍ତ ରିପୋର୍ଟ ଦାଖଲ କରାଯିବ, ତାକୁ ଗରିମା ନିଶ୍ଚିତ କରିବେ। ସେପଟେ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ। ୧୪୪ ଧାରା ଲାଗୁ ସହ ବିଭିନ୍ନ ଜିଲ୍ଲାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅନସାରୀଙ୍କୁ ଜେଲରେ ସ୍ଲୋ ପଏଜନ ବା ବିଷ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିାବା ପରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଉତ୍ତର ପ୍ରଦେଶ ପୁଲିସ।
ଅଧିକ ପଢନ୍ତୁ ଭାରତ ଖବର