ଚିନାର୍ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍ ଢୀଲୋନ ଏ ନେଇ ସୂଚନା ଦେଇଛନ୍ତି । ଗତ ୩ ରୁ ୪ ଦିନ ହେଲା ଗୁଇନ୍ଦା ବିଭାଗ ନିୟମିତ ସୂଚନା ଦେଇଆସୁଛି ଯେ ପାକିସ୍ତାନ ସରକାର ଓ ସେନା ସହାୟତାରେ ଆତଙ୍କବାଦୀମାନେ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏହି ସୂଚନା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଓ ସ୍ନାଇପର ରାଇଫଲ ମିଳିଛି। ଲ୍ୟାଣ୍ଡମାଇନ୍ ରେ ଏକ ପାକିସ୍ତାନ କମ୍ପାନୀରେ ଏହା ନିର୍ମିତ ହୋଇଥିବାର ଚିହ୍ନ ରହିଛି। ସେହିପରି ଏମ୍-୨୪ ଆମେରିକୀୟ ସ୍ନାଇପର ରାଇଫଲରେ ଏକ ଟେଲିସ୍ପୋପ ସଂଯୁକ୍ତ ରହିଛି। ତେବେ ଅମରନାଥ ଯାତ୍ରାକୁ ଏବେ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି।

ନୂଆଦିଲ୍ଲୀ:ପ୍ରସିଦ୍ଧ ଅମରନାଥ ଯାତ୍ରାକୁ ସ୍ଥଗିତ କଲେ ଜମ୍ମୁ-କାଶ୍ମୀର ପ୍ରଶାସନ । ଅମରନାଥ ଯାତ୍ରା କରୁଥିବା ପର୍ଯ୍ୟଟକଙ୍କୁ ସତର୍କସୂଚନା ଜାରୀ କରିଛି ଜାମ୍ମୁ କାଶ୍ମୀର ପ୍ରଶାସନ । ରାଜ୍ୟରେ ଆତଙ୍କବାଦୀଙ୍କ ତରଫରୁ ବଡଧରଣ ଆକ୍ରମଣ ହେବା ନେଇ ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସାରି ଶିଘ୍ର ଫେରିଯିବାକୁ ପରାମର୍ଶ ଦେଇଛି ପ୍ରଶାସନ । ଏଥିସହିତ ଯାତ୍ରାକୁ ବନ୍ଦ କରିଦିଆଯାଇଛି । ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ପାକ୍ ର ଯୋଜନା ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି । ଆତଙ୍କବାଦୀମାନେ ଏଭଳି ଆକ୍ରମଣ କରିବାକୁ ଭାରତରେ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ସେନାକୁ ସୂଚନା ଦେଇଥିଲା। ଅମରନାଥ ଯାତ୍ରା ମାର୍ଗରେ ସର୍ଚ୍ଚ ଅପରେସନ କରିବା ବେଳେ ପାକିସ୍ତାନରେ ନିର୍ମିତ ସ୍ନାଇପର ରାଇଫଲ ଓ ଲ୍ୟାଣ୍ଡମାଇନ୍କୁ ଭାରତୀୟ ସେନା ଠାବ କରିଛି ।
